ରିପୋର୍ଟର – ନିହାର ରଞ୍ଜନ ବିଷୋୟୀ : ଆସନ୍ତା ଜୁଲାଇ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସରେ ୨୨ ଜଣ ଆଇନଜୀବୀଙ୍କୁ ସମ୍ମାନିତ କରାଯିବ । ଓଡ଼ିଶା ଜୁଡିସିଆଲ୍ ଏକାଡେମୀ ଦ୍ବାରା ପ୍ରସ୍ତୁତ ଲିଷ୍ଟ୍ ଆଧାରରେ ଏହି ୨୨ ଜଣ ଆଇନଜୀବୀଙ୍କୁ ପ୍ରୋମିଜିଙ୍ଗ୍ ଲୟର୍ସ ଅଫ୍ ଦି ଇୟର୍ ଆୱାର୍ଡ – ୨୦୨୧ ପ୍ରଦାନ କରାଯିବ । ୨୨ ଜଣ ମଧ୍ୟରେ ରହିଛନ୍ତି ନବରଙ୍ଗପୁର ର ଆଇନଜୀବୀ ସନ୍ତୋଷ କୁମାର ନାୟକ | ନବରଙ୍ଗପୁର ସହର ସ୍ଥିତ ବାଦାମସାହିର ସରୋଦ କିଶ୍ବର ନାୟକଙ୍କ ପୁତ୍ର ସନ୍ତୋଷ କୁମାର ନାୟକ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ରେ ଓକିଲାତି ପାଠ ସମାପ୍ତି ପରେ ୨୦୦୯ ମସିହାରୁ ଆଇନଜୀବୀ ଭାବରେ ନବରଙ୍ଗପୁର ସ୍ଥିତ ଜିଲ୍ଲା କୋର୍ଟ ଠାରେ କାର୍ଯ୍ୟକରି ଜନସାଧାରଣଙ୍କ ବିଭିନ୍ନ ମକଦ୍ଦମା ଗୁଡିକ ଲଢ଼ି ନ୍ୟାୟ ପ୍ରଦାନ କରୁଛନ୍ତି | ସନ୍ତୋଷ କୁମାର ନାୟକ ପ୍ରୋମିଜିଙ୍ଗ୍ ଲୟର୍ସ ଅଫ୍ ଦି ଇୟର୍ ଆୱାର୍ଡ ପାଇବା ଖବର ପ୍ରଚାର ହେବା ପରେ ପରିବାର ବର୍ଗଙ୍କ ସମେତ ସାଙ୍ଗସାଥିଙ୍କ ଶୁଭେଚ୍ଛା ସୁଅଛୁତିବାରେ ଲାଗିଛି |