ବୁଗୁଡା :ତା ୧୧/୦୭/୨୨ : ବୁଗୁଡା ବ୍ଲକ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ସାଙ୍କୁଳାଇ ପୀଠରେ ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରମ, ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ଛାତ୍ର ଉପସଭାପତି ହର ପ୍ରସାଦ ମହାପାତ୍ର , ଏନ୍ଏସି ଛାତ୍ର ସଭାପତି ଦୀପକ କୁମାର ମିଶ୍ର , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା , ଜିଲ୍ଲା ବିଜେଡି ସଂପାଦକ ସୁଧାଂଶୁ ଶେଖର ପାଢ଼ୀ , ଅନ୍ତରପଡା ପଞ୍ଚାୟତ ସରପଞ୍ଚ ବସନ୍ତ ଶତପଥି, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବୃକ୍ଷ ରୋପଣ କରିଥିଲେ ।