Odisha news

ଅବ୍ୟବସ୍ଥାରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ଡ଼ାକ୍ତରଙ୍କ ଅନୁପସ୍ଥିତିରୁ ରୋଗୀ ହନ୍ତସନ୍ତ

0

ଆଗରପଡ଼ା,ତା୧୦/୭ :ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । କହିବାକୁ ଗଲେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ମୁରବି ଶୂନ୍ୟ ହୋଇପଡ଼ିଛି । ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଲେ ଆଉଟଡ଼ୋରରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କଲେ ସୁଦ୍ଧା କାର୍ଯ୍ୟରେ ନିୟୋଜିତ ଡ଼ାକ୍ତରଙ୍କ ଅନୁପସ୍ଥିତି ଦେଖିବାକୁ ମିଳୁଛି । ଅଭିଯୋଗ ଶୁଣିବାକୁ କେହିବି ନାହାନ୍ତି । ଯଦି ବି ଡ଼ାକ୍ତର ରୋଗିଙ୍କୁ ଦେଖିଲେ ତେବେ ନିରାମୟରୁ େଓା÷ଷଧ ନେବା ପରିବର୍ତ୍ତେ ବ ବାହାରୁ େଓା÷ଷଧ କିଣିବାକୁ ପ୍ରବର୍ତ୍ତାଇବା ଅଭିଯୋଗ ହେଇଛି । ଡ଼ିଉଟି ଚାର୍ଟ ଅନୁସାରେ କେହିବି ଡ଼ିଉଟି କରୁଥିବା ଦେଖିବାକୁ ମିଳୁନି । ଦନ୍ତ ଚିକିସôା ନିମନ୍ତେ ନିୟୋଜିତ ଡ଼ାକ୍ତର ଏଠାକୁ ଖାଲି ଡ଼ିୟୁଟି ପକାଇବାକୁ ଆସୁଥିବାର ଅଭିଯୋଗ ହେଉଛି । କିଛିଦିନ ପୂର୍ବେ ଜନୈକ କର୍ମ·ରୀଙ୍କ ଏହିପରି ମନମାନି ଯୋଗୁଁ ଡ଼ାକ୍ତରଖାନାରେ ନିୟୋଜିତ ବୋଲେରୋ ଗାଡ଼ି ଚିକିସôା ପାଇଁ ଆସିଥିବା ରୋଗୀଙ୍କ ଉପରେ ଚଢିଯାଇଥିଲା । ଆହତ ରୋଗୀ ଆଜିବି ଚିକିସôିତ ଅବସ୍ଥାରେ ଅଛନ୍ତି । ଇତି ମଧ୍ୟରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇବାର ୩୦ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ଏହିପରି ବିଭିନ୍ନ ସମସ୍ୟାର ସମାଧାନ ପ୍ରତି ନିର୍ବାଚିତ ଲୋକ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ।

ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କେବଳ ଏହି ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଏଠାରେ ପ୍ରକାଶ ଥାଉକି : ଶିଶୁ ବିଭାଗର ବିଶେଷଜ୍ଞ ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରୀ ଦାୟୀତ୍ୱରେ ରହିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ,ଅସ୍ତ୍ରୋପ·ର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି । ୪ଜଣ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ସ୍ଥଳେ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି ।

ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିବିସି ମେସିନ ଉପଲବ୍ଧ ଥିବା ବେଳେ କେଉଁ କାରଣରୁ ରୋଗୀ ମାନଙ୍କୁ ବାହାରେ ପରୀକ୍ଷା କରିବାକୁ କୁହାଯାଉଛି ବୋଲି ସାଧାରଣରେ ପ୍ରଶ୍ୱବାଚୀ ସୃଷ୍ଟି ହେଉଛି । ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ରହିଥିଲେ ସୁଦ୍ଧା ଏହାର ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ସୁରକ୍ଷା କର୍ମୀ ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ବାଇକ୍ , ସାଇକେଲ ରହିବା ଫଳରେ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ରୋଗୀ ଆସୁଥିବା ବାଇକ ଓ ଯାନବାହାନ ଗୁଡ଼ିକ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଏହିପରି ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ନିଜ ମନମାନିରେ କାର୍ଯ୍ୟ କରୁଥିବା କର୍ମଚାରିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply