ଫୁଲବାଣୀ,୭ା୭, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନେଡିପଦର ଠାରେ ଆଦିବସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୭୩ ତମ ବନମହୋସôବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢୀ ଙ୍କ ପରିଚାଳନାରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ବନମୋହସôବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳର ସମସ୍ତ ଛାତ୍ରୀ ମାନଙ୍କ ସହ ବିଦ୍ୟାଳୟ ର ଶିକ୍ଷୟୀତ୍ରୀ କଲ୍ୟାଣୀ କହଁର ,ରଧାରାଣୀ ଗାଣ୍ଠିଆ,ରୀନା ସାଏ, ସସ୍ମିତା ମଳିକ , ପ୍ରିୟଙ୍କା ଦାସ, ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ସମ୍ଭୁନାଥ ଜେନା ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିୟିତ୍ରୀ ଯୋଗ ଦେଇଥିଲେ । ବନମୋହସôବ କାର୍ଯ୍ୟକ୍ରମ ରେ ସ୍କୁଲ ପରିସରରେ ଲିମ୍ବ, ଅଁଳା, କରଞ୍ଜ ,ସଜନା ପଣସ ଭଳି ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଓ ଗୁଳ୍ମ ଆଦି ରୋପଣ କରାଯାଇଥିଲା ।