Odisha news

ବାରିପଦା ନଗର କନ୍ଜୁ୍ୟମର କୋ-ଅପରେଟିଭ୍ ଷ୍ଟୋରର ଉପସଭାପତି ହେଲେ ଦ୍ରୌପଦୀ ସାହୁ

0

ବାରିପଦା  : ସମବାୟ ନିର୍ବାଚନ ପରିପ୍ରେକ୍ଷୀରେ ବାରିପଦା ନଗର କନ୍ଜୁ୍ୟମର କୋ-ଅପରେଟିଭ୍ ଷ୍ଟୋରର ଉପ-ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏଥିରେ ୧୫ଜଣ ସଦସ୍ୟ ନିଦ୍ୱର୍ନ୍ଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ବିଶିଷ୍ଟ ସମବାୟବିତ୍ ଖଗେଶ୍ୱର ବଳିଆର ସିଂ ମଧ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ଉପ-ସଭାପତି ନିର୍ବାଚନରେ ଦ୍ରୌପଦୀ ସାହୁ ଏକକ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏଣୁ ନିର୍ବାଚନ ଅଧିକାରୀ ବିଜୟ କୁମାର ଟୁଡୁ ଶ୍ରୀମତୀ ସାହୁଙ୍କୁ ଉପ-ସଭାପତି ଭାବେ ନର୍ବାଚିତ ଘୋଷଣା କରିଥିଲେ । ଶ୍ରୀମତୀ ସାହୁଙ୍କର ବିଜୟରେ ସଭାପତି ଖଗେଶ୍ୱର ବଳିଆର ସିଂଙ୍କ ସମେତ ପ୍ରଜ୍ଞା ଦିପ୍ତି, ବଳିଆର ସିଂ, ବିବେକାନନ୍ଦ ମଲ୍ଲୀକ୍, ଦେବବ୍ରତ ଦେ, ସାବିତ୍ରୀ ପାତ୍ର, ଦେବୀଦତ୍ତ ଦାସ, ଫାଲ୍ଗୁନୀ ମହାନ୍ତି, ଜୟେଶ ପାତ୍ର, ସୀତାମଣି ବିଶ୍ୱାଳ, ଜସ୍ମି ମାଝୀ, ସଞ୍ଜୀବ ବେହେରା, ଅନୁରେଖା ବଳିଆର ସିଂ, ସୋରଜ କୁମାର ବୋଷ ଓ ଦିଲିପ୍ କୁମାର ଦତ୍ତ ପ୍ରମୁଖ ଶ୍ରୀମତୀ ସାହୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply