ପୁରୀ: ଆସନ୍ତା କାଲି ସୋମବାର ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ଅବସରରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆପାତତଃ ବନ୍ଦ ରହିବ । ସନ୍ଧ୍ୟା ୭ଟା ରୁ ରାତ୍ର ଘ.୧୧ ଟା ଯାଏଁ ବନ୍ଦ ରହିବ ବୋଲି ଶ୍ରମନ୍ଦିରର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରା ଯାଇଛି।
ବିଦ୍ର- ଉପରୋକ୍ତ ସମୟ ଆପାତତଃ ସୂଚନା ପାଇଁ ଉଦ୍ଦିଷ୍ଟ l ପ୍ରକୃତ ସମୟ ଆସନ୍ତା କାଲିର ନୀତି ସମ୍ପାଦନ ଉପରେ ନିର୍ଭରଶୀଳ l