ବେତନଟୀ/ବୈଶିଙ୍ଗା : -ବେତନଟୀ ବ୍ଲକ ଅଧୀନ ଦହିକୋଟୀ ପଞ୍ଚାୟତରେ ସାରିଆ ଜଳସାହୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କମିଟିର ଅଧ୍ୟକ୍ଷ ଡ଼ଃ. ଶ୍ୟାମସୁନ୍ଦର ଦାସଙ୍କ ସଭାପତିତ୍ୱରେ ୭୩ ତମ ବନମହୋସ୍ତବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦହିକୋଟୀ ସରପଞ୍ଚ କ୍ଷୀରମଣି ମାରାଣ୍ଡି, ମୂଖ୍ୟବକ୍ତା ଭାବେ ଇକୋ କ୍ଲବ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ତଥା ମାଷ୍ଟର ଟ୍ରେନର ଡଃ. ରମାକାନ୍ତ ମହାନ୍ତ ଯୋଗ ଦାନ କରି ବନମହୋତ୍ସବର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ୧୫ନଂୱାର୍ଡର ୱାର୍ଡମେମ୍ବର ଲାଖାଇ ସୋରେନ, ପୂର୍ବତନ ସରପଞ୍ଚ ଧନଞ୍ଜୟ ମାରାଣ୍ଡି ଗ୍ରାମର ଜାହିରାରେ ଅଧିକ ଶାଳ ,ହରିଡା ବାହାଡା ବୃକ୍ଷରୋପଣ କରିବାର ନେତୃତ୍ଵ ନେବେ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ବନ୍ୟପ୍ରାଣୀ ସଂଗ୍ରହଣ, ଜଙ୍ଗଲ ସୁରକ୍ଷା, ଗ୍ରାମ ଜାହିରା ସୁରକ୍ଷା ସହିତ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଥିଲେ। କମିଟିର ସଦସ୍ୟ କୃତିବାସ ମହାନ୍ତିଙ୍କ ସହାୟତାରେ ସାରିଆ ଗ୍ରାମ ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମବାସୀଙ୍କ ଗହଣରେ ଆମ୍ବ, ପିଜୁଳି ଇତ୍ୟାଦି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଲାଖରାଇ ସୋରେନ, ପ୍ରଫୁଲ୍ଲ ପାତ୍ର, ଲମ୍ବୋଦର ମାରାଣ୍ଡି, ଚେସନ ମହାନ୍ତ, କାର୍ତ୍ତିକେଶ୍ଵର ମାରାଣ୍ଡି, ମଧୁସୂଦନ ବେହେରା, ରବିନାରାୟଣ ମହାନ୍ତ, ନରେନ୍ଦ୍ର ମହାନ୍ତଙ୍କ ସମେତ ସମସ୍ତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।