Odisha news

ମହିଳା ଚାଷୀଙ୍କ ବିକାଶ ପାଇଁ ସଚେତନତା ଶିବିର

0

ନିମାପଡ଼ା,୧୧/୬ :  କୃଷି ରତ ମହିଳା ସଂସ୍ଥା ଭୁବନେଶ୍ୱର ପକ୍ଷରୁ ନିମାପଡ଼ା ବ୍ଲକ ଚିତ୍ରା ଓ ଶଗଡା ଗ୍ରାମରେ ମହିଳା ଚାଷୀ ମାନଙ୍କ ବିକାଶ ପାଇଁ ଏକ ସଚେତନତା ଶିବିର ଚିତ୍ରା ଗ୍ରାମର କ୍ଷେତ୍ରପାଳି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କୃଷିରତ ମହିଳା ସଂସ୍ଥାର ଭୁବନେଶ୍ଵରର ବରିଷ୍ଠ ବୈଜ୍ଞନିକ ଡକ୍ଟର ଅରୁଣ କୁମାର ପଣ୍ଡା, ବୈଜ୍ଞାନିକ ତାନିଆ ସେଠ୍, ଇଂଜିନିୟର ପ୍ରଗତି କିଶୋର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।ବାଡ଼ିରେ ମହିଳା ମାନେ ବିଭିନ୍ନ ପନିପରିବା ଚାଷ ସହିତ କୁକୁଡ଼ା ପାଳନ ଓ ଛତୁ ଚାଷ କରି ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥିଲେ ।ଶିବିରରେ ୧୫୦ ରୁ ଉର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ

Nalco
Leave A Reply