Odisha news

ଜିଲ୍ଲାପାଳଙ୍କ ତାଗିଦ ପରେ ଭଙ୍ଗା ହେଲା ନିର୍ମାଣଧୀନ ଡ୍ରେନ ଠିକାଦାରଙ୍କ ମୁଣ୍ଡରେ ଚଡ଼କ

0

ନୀଳଗିରି-୦୩/୦୬-ନୀଳଗିରି କଚେରୀ ଛକ ଠାରୁ ନୀଳଗିରି ବାଇପାସ ପର୍ଯ୍ୟନ୍ତ ନୀଳଗିରି ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ସହ ରାସ୍ତାର ପ୍ରଶସ୍ତିକରଣ ପାଇଁ ଏକ କୋଟି ବାସ୍ତରି ଲକ୍ଷ ଏକାନବେ ହଜାର ଟଙ୍କାର ଟେଣ୍ଡର କରାଯାଇଥିଲା । ପାରିପାଶ୍ୱିର୍କ ଭୌଗଳିକ ପରିସ୍ଥିତିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ନକ୍ସା ତିଆରି ହେବା ସହ ପ୍ରକଳ୍ପର ଏଷ୍ଟିମେଟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଟେଣ୍ଡର ପାଇଥିବା ଠିକାଦାର ଜଣକ ପୂର୍ତ୍ତ ବିଭାଗର ନିଦେ୍ର୍ଦଶ କ୍ରମେ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମ ପର୍ଯ୍ୟାୟରେ ଜଳ ଯୋଗାଣ ପାଇପକୁ ନୀଳଗିରି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପସାରଣ କରାଗଲା ପରେ ଠିକାଦାର ଜଣକ ଡ୍ରେନ କାମ ଆରମ୍ଭ କରିଥିଲା । ମାତ୍ର ଗତ ୩୧.୫.୨୨ରିଖରେ ଯୁଗ୍ମ ଜନଶୁଣୀ ପାଇଁ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆସିଥିବା ବେଳେ ହଠାତ୍ ରାସ୍ତା ମଝିରେ ନିର୍ମାଣଧୀନ ଡ୍ରେନକୁ ଦେଖି ନୀଳଗିରି ଉପଜିଲ୍ଳାପାଳ, ବିଭାଗୀୟ ଯନ୍ତ୍ରୀକୁ ଡକାଇ କଣ ପାଇଁ ରାସ୍ତା ମଝିରେ ଡ୍ରେନ ନିର୍ମାଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ ।

ଏଠାରେ ଏକ ବୁ୍ୟଟିଫିକେସନ କରାଯିବା ନେଇ ବିଭାଗୀୟ ଅଧିକାରୀ, ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ ଜିଲ୍ଲାପାଳକୁ ସୂଚନା ଦେଇଥିଲେ । ଏଥିରେ ଜିଲ୍ଲାପାଳ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପାଚେରୀ ସାଇଡରେ ଡ୍ରେନ ନିର୍ମାଣ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଠିକାଦାର ଜଣକ ଆନୁମାନିକ ୫ଲକ୍ଷ ଟଙ୍କା ଡ୍ରେନ ନିର୍ମାଣରେ ଖର୍ଚ୍ଚ କରିସାରିଥିବା ବେଳେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜିଲ୍ଳାପାଳଙ୍କ କଥାକୁ ସମ୍ମାନ ଜଣାଇ ବିଭାଗ ପକ୍ଷରୁ ନିର୍ମାଣଧୀନ ଡ୍ରେନକୁ ଭାଙ୍ଗିବା ପାଇଁ ଠିକାଦାରଙ୍କୁ ନିଦେ୍ର୍ଦଶ ଦେବା ପରେ ଠିକାଦାର ଜଣକ ଡ୍ରେନକୁ ଭାଙ୍ଗି ଦେଇଛନ୍ତି । ଏପଟେ ପାଚେରୀ ସାଇଡରେ ନୂତନ ଡ୍ରେନ ନିର୍ମାଣ ପାଇଁ ଠିକାଦାର କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ କିଛି ସ୍ଥାନରେ ଜଳ ଯୋଗାଣ ପାଇପ ମଧ୍ୟ ସଂପ୍ରସାରଣ ହେବାକୁ ଯାଉଛି । ସୂଚନାଥାଉକି ଉକ୍ତ ପ୍ରକଳ୍ପର ଡ୍ରଇଙ୍ଗ ସିଟ୍ ସଂପୂର୍ଣ୍ଣ ହେବା ପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁମତି ପ୍ରଦାନ କଲାପରେ ଜିଲ୍ଲାପାଳ ମହୋଦୟ ନିର୍ମାଣଧୀନ ଡ୍ରେନକୁ ଭାଙ୍ଗିବା କେତେଦୂର ଯଥାର୍ଥ ତାହା ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ରାସ୍ତା ମଝିରେ ଡ୍ରେନ ନିର୍ମାଣକୁ ଭାଙ୍ଗିବା ପ୍ରସଙ୍ଗକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଉଛି । ଖର୍ଚ୍ଚ କରିଥିବା ଅର୍ଥକୁ ବିଭାଗ ପକ୍ଷରୁ ସଂପୃକ୍ତ ଠିକାଦାରଙ୍କୁ କିପରି ଭରଣା କରାଯିବ ତାହା ଦେଖିବାକୁ ବାକି ରହିଲା ।

Leave A Reply