ବାଲେଶ୍ୱର-୦୩/୦୬ -ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଓରମାସ୍ ସହାୟତାରେ ସ୍ଥାନୀୟ ସରକାରୀ ଆଇଟିଆଇ ପଡ଼ିଆରେ ଚଳିତ ଜୁନ୍ମାସ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲେଶ୍ୱର ପଲିଶ୍ରୀ ମେଳା -୨୦୨୨ ଉପଲକ୍ଷେ ପ୍ରସ୍ତୁତ ପ୍ରାଚୀର ପତ୍ରର ଉନ୍ମୋଚନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ପୂର୍ବାହ୍ନ ସମୟରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦ୍ଘାଟନ କରିଥିବାବେଳେ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ପଲ୍ଲିଶ୍ରୀ ମେଳା ସମ୍ବନ୍ଧରେ ସବିଶେଷ ବିବରଣୀ ଉପସ୍ଥାପିତ କରିଥିଲେ । ଏହି ମେଳାରେ ମୋଟ ୩ଶହଟି ଷ୍ଟୋଲ ଖୋଲାଯିବାର ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ରାଜ୍ୟ ଓ ରାଜ୍ୟବାହାରର ଅନେକ କାରିଗର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବ୍ୟବସାୟ ପ୍ରତିଷ୍ଠାନ ମାନେ ଭାଗନେଇ ସେମାନଙ୍କ ଦ୍ରବ୍ୟ ପ୍ରଦର୍ଶିତ କରିବା ସହ ବିକି୍ରବଟା କରିପାରିବେ । ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ସେମାନଙ୍କ ପାରଦର୍ଶିତା ଦେଖାଇବେ । ଏହାଛଡ଼ା ଛୋଟପିଲାମାନଙ୍କ ମନୋରଂଜନ ନିମନ୍ତେ ଦୋଳି,ଚକି୍ର, ମୀନାବଜାର ଇତ୍ୟାଦି କରାଯିବା ନିମନ୍ତେ ବ୍ୟବସ୍ଥା ହୋଇଛି । ଏହି ପଲ୍ଲିଶ୍ରୀ ମେଳାକୁ ସଫଳ କରିବା ଲାଗି ବାଲେଶ୍ୱର ଜିଲ୍ଲାବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।