ହିନ୍ଦୁ ଧର୍ମରେ ଗୁରୁବାର ଦିନଟି ର ଖୁବ ମହତ୍ୱ ରହିଥାଏ l ଏହିଦିନ ଲକ୍ଷ୍ମୀ ଓ ବିଷ୍ନୁ ଙ୍କୁ ମିଳିତ ଭାବରେ ପୂଜା କରିବା ଦ୍ୱାରା ମିଳିଥାଏ ଜୀବନ ରେ ଲାଭ l ମାନ୍ୟତା ଅନୁସାରେ ଯିଏ ଭକ୍ତି ଭାବରେ ତାଙ୍କର ପୂଜା କରିଥାଏ ତାର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ଭଗବାନ ବିଷ୍ନୁ ଜଗତ ର ପାଳନ କର୍ତା ଅଟନ୍ତି l ତେଣୁ ଗୁରୁବାରଦିନ ବିଷ୍ନୁ ସହସ୍ର ନାମ ପୂଜା କରିବା ଦ୍ୱାରା ଖୁବ ଫଳପ୍ରଦ ହୋଇଥାଏ l ଯଦି ଆପଣଙ୍କ ଜାତକ ରେ ବୃହସ୍ପତି ଦୁର୍ବଳ ଅଛନ୍ତି ତେବେ ଗୁରୁବାର ଦିନ ବିଷ୍ନୁ ସହସ୍ରନାମ ପାଠ କରନ୍ତୁ l
ଭୀଷ୍ମ ପିତାମହ କହିଥିଲେ ବିଷ୍ନୁ ସହସ୍ର ନାମର ମହିମା –
ମାନ୍ୟତା ରହିଛି ଯେ ମହାଭାରତ ସମୟରେ ଯେତେବେଳେ ପିତାମହ ଭୀଷ୍ମ ଶରଶଯ୍ୟା ରେ ଶୋଇ ନିଜର ମୃତ୍ୟୁକୁ ଅପେକ୍ଷା କରିଥିଲେ ସେତେବେଳେ ଯୁଧିଷ୍ଠିର ତାଙ୍କ ନିକଟରୁ ଜ୍ଞାନ ପାଇବା ପାଇଁ ଇଛା କରିଥିଲେ l ଯୁଧିଷ୍ଠିର ପ୍ରଶ୍ନ କରିଥିଲେ ଯେ ସେ କିଏ ଯିଏ ସମସ୍ତ ସ୍ଥାନରେ ବ୍ୟାପ୍ତ ଅଟେ ଓ ଯିଏ ସର୍ବ ଶକ୍ତିମାନ ଅଟେ l ଏହାର ଉତ୍ତର ରେ ଭୀଷ୍ମ ପିତାମହ ତାଙ୍କ ସମ୍ମୁଖ ରେ ବିଷ୍ନୁ ସହସ୍ର ନାମର ବର୍ଣ୍ଣନା କରିଥିଲେ l
ବିଷ୍ନୁ ସହସ୍ର ନାମର ମହତ୍ୱ –
ଏହାର ମହତ୍ୱ ବୁଝାଇବାକୁ କୁ ଯାଇ ପିତାମହ କହିଥିଲେ କି ବିଷ୍ନୁ ସହସ୍ରନାମ ର ପାଠ ଯୁଗ ଯୁଗ କୁ ଫଳଦାୟୀ ସିଧ ହୋଇଥିଲା l ଯେଉଁ ବ୍ୟକ୍ତି ପ୍ରତି ଗୁରୁବାର ଦିନ ବିଷ୍ନୁ ସହସ୍ର ନାମ ପାଠ କରୁଥିବା ବ୍ୟକ୍ତିର ଦୁର୍ଭାଗ୍ୟ, ବିପଦ,ଦୁର୍ଘଟଣା ସବୁକିଛି ଦୂର ହୋଇ ଯାଇଥାଏ l
* ମାନ୍ୟତା ଅନୁସାରେ ଗୁରୁବାର ଦିନ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ଧନ ଧାନ୍ୟ ସୁଖ ସମ୍ପତି ରେ ଘର ପୁରି ଉଠିଥାଏ l
* ପ୍ରତି ଗୁରୁବାର ଦିନ ବିଷ୍ନୁ ସହସ୍ର ନାମ ସନ୍ତାନ ମାନଙ୍କ ଜୀବନରେ ସୁଖ ସମୃଦ୍ଧି ଜୀବନ ରେ ପୂର୍ଣ ହୋଇଥାଏ l
* ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ବୃହସ୍ପତି ଦୋଷ ଦୂର ହୋଇଥାଏ l
* ଯେଉଁ ବ୍ୟକ୍ତି ମାନଙ୍କର ବିବାହରେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ ସେମାନେ ବିଷ୍ନୁ ସହସ୍ର ନାମ ପାଠ କରି ଥାଆନ୍ତି ସେମାନଙ୍କ ବିବାହରେ ସମସ୍ତ ବିଘ୍ନ ଦୂର ହୋଇଥାଏ l
* ଦାମ୍ପତ୍ୟ ଜୀବନ ରେ ଯଦି କୌଣସି ବିଘ୍ନ ଦେଖା ଦେଇଥାଏ ସେମାନେ ବିଷ୍ନୁ ସହସ୍ର ନାମ ପାଠ କରିବା ଆବଶ୍ୟକ l
* ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ଭାଗ୍ୟଦୋୟ ହୋଇଥାଏ , ଜୀବନ ରେ ପ୍ରଗତି ଓ ଉନ୍ନତି ହୋଇଥାଏ l
