Odisha news

ପୁଲିସ ପଞ୍ଝାରେ ଧରାପଡିଲା ୩୧ ବର୍ଷ ତଳର ମର୍ଡର ଆସାମୀ

0

କଣାସ ୩୧/୦୫/୨୦୨୨ : ପୁରୀ ଜିଲ୍ଲା କଣାସ ପୁଲିସକୁ ବଡ଼ ସଫଳତା ।ଖବର ନେଵାରେ ଜଣାପଡିଛି ପୋତଘର ଗ୍ରାମର କାଶୀନାଥ ପ୍ରଧାନ (୭୧) ପିତା ସ୍ବର୍ଗତ ହାଡ଼ିବନ୍ଧୁ ପ୍ରଧାନ ଦୀର୍ଘ ୩୧ ବର୍ଷ ପୂର୍ବେ ଦଙ୍ଗା ସୃଷ୍ଟି କରି ଜୈନିକ ବେକ୍ତିଙ୍କୁ  ମର୍ଡର କରିଥିଲା ।ପୁଲିସ ଆଖିରେ ଧୁଳି ଦେଇ ଫେରାର ଥିଲା ବେକ୍ତି ଜଣକ ।ଅନେକ ସମୟରେ କଣାସ ଥାନାକୁ ଅନେକ ପୁଲିସ ଅଧିକାରୀ ଆସିଛନ୍ତି ହେଲେ ଏତେ ଦିନର ମର୍ଡର ଆସମୀକୁ ଧରିବାରେ ସକ୍ଷମ ହୋଇନାହାନ୍ତି ।ଏବେର ଥାନା ଅଧିକାରୀ ଦବଙ୍ଗ  ଅଫିସର ଭାବେ ପରିଚିତ ଆଇଆଇସି ସୁଜିତ କୁମାର ଦାସ ମର୍ଡର ଆସାମୀକୁ ଧରିବାରେ ସକ୍ଷମ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।ତାଙ୍କ ବିରୋଧରେ  ଜିଆର ନମ୍ବର ୧୮୨/(ଏ)୧୯୯୧ୟୁ/ଏସ-୧୪୭/୧୪୮/୩୦୨/୩୨୪/୩୨୩/୧୪୯ଆଇପିସି ଆକ୍ଟରେ ଗିରଫ କରି କୋଟ ଚାଲାଣ କରାଯାଇଛି ।ଏହାକୁ ଅଞ୍ଚଳର ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି ।

Leave A Reply