Odisha news

୪ ଦମ୍ଫତ୍ତିଙ୍କୁ ବିବାହ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

0
ପୁରୀ :  ରାଜ୍ୟ ସରକାରଙ୍କ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଯୋଜନାରେ ଜିଲ୍ଲାପାଳ ସମର୍ଥ ବର୍ମା ଆଜି କାର୍ଯ୍ୟାଳୟରେ ଚାରି ଜଣ ଭିନ୍ନ କ୍ଷମ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ବିଭାହ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଅନୁଦାନ ପତ୍ର ପ୍ରଦାନ କରିଛନ୍ତି।
ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଯୋଜନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪ ଜଣ ଦମ୍ପତିଙ୍କୁ ଚୟନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଜଣେ ସାବାଳକ ଭିନ୍ନକ୍ଷମ ବ୍ୟକ୍ତି ହେଉ ଜଣେ ସକ୍ଷମ ବ୍ୟକ୍ତିଙ୍କୁ ବିବାହ କରେ ତେବେ ତାଙ୍କୁ ବିବାହ ସହାୟତା ପ୍ରଦାନ କରାଯିବ। ସେହି ଆଧାରରେ ମଗଂଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା  ୪ ଦମ୍ଫତ୍ତିଙ୍କୁ ସହାୟତା ବାବଦରେ ୨ ଲକ୍ଷ ୫୦ ହଜାର ଲେଖାଏଁ ଟଙ୍କାର ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି ।
। ଏହି ଯୋଜନାକୁ ଅଧିକ ପ୍ରଚାର ପ୍ରସାର କରି ପ୍ରକୃତ ହିତାଧିକାରୀଙ୍କୁ ସଚେତନ କରାଇ ଉପକୃତ କରାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବ ତରଣ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଦମ୍ଫତ୍ତି ମାନେ ହେଲେ ସତ୍ୟବାଦୀ ବ୍ଲକ ଅଚଂଳର ସୁଶାନ୍ତ କୁମାର ଦାସ ଓ ପେପସୀ ମହାପାତ୍ର, ବ୍ରହ୍ମଗିରି ବ୍ଲକ ଅଚଂଳ ର କ୍ଷେତ୍ରବାସୀ ସେଠୀ ଓ ଭାନୁ ସେଠୀ, ବିଜୟ କୁମାର ବେହେରା ଓ ଗୁରୁବାରୀ ବେହେରା, ବସନ୍ତ କୁମାର ପ୍ରଧାନ ଓ ସତ୍ୟଭାମା ଜେନା।
Leave A Reply