ଆୟୁର୍ବେଦ ଚିକିତ୍ସା ଦ୍ୱାରା ଯେ କୌଣସି ରୋଗକୁ ଦୂର କରାଯାଇ ପାରିବ l କାରଣ ଆୟୁର୍ବେଦର ଆରମ୍ଭ ବା ସୃଷ୍ଟି ଭାରାତରୁ ହୋଇଥିଲା l ଭାରତ ହେଉଛି ଆୟୁର୍ବେଦ ର ସ୍ରଷ୍ଟା l ଭାରତ ର ପୁରାତନ ଚିକିତ୍ସା ପଦ୍ଧତି ଦ୍ୱାରା ଅନେକ ରୋଗ ବୈରାଗ କୁ ଦୂର କରାଯାଇ ଥାଏ l ତେଣୁ ଆୟୁର୍ବେଦ ର ଚିକିତ୍ସାରେ ବିଶେଷ ଭାବରେ ଜଡିବୁଟି ଓ ପତ୍ରର ପ୍ରୟୋଗ ହୋଇଥାଏ l ଆସନ୍ତୁ ଆଜି ଜାଣିବା ସେଇଭଳି କିଛି ପତ୍ର ବିଷୟରେ ଯାହାଦ୍ୱାରା ଜଏଣ୍ଟ ପେନ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା କୁ ଦୂର କରାଯାଇ ପାରିବ l
୧) ନୀଳିଗିରି ବା ଉଇକେଲିଶ ପଟାସ –
ଆୟୁର୍ବେଦ ର ଚିକିତ୍ସା ରେ ନୀଳଗିରି ଅର୍ଥାତ ଉଇକେଲିସ ପଟାସ ପତ୍ରର ବ୍ୟବହାର ଗଣ୍ଠି ଯନ୍ତ୍ରଣା ଅର୍ଥାତ ଜଏଣ୍ଟ ପେନ ପାଇଁ ବିଶେଷ ଭାବରେ କରାଯାଇ ଥାଏ l ଏହି ପତ୍ର କୁ ଆପଣ ସୋରିଷ ତେଲରେ ଫୁଟାଇ ଜଏଣ୍ଟ ରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ସହିତ ଫୁଲା ରୁ ମଧ୍ୟ ଆରାମ ମିଳିଥାଏ l
୨) ଦଶମୂଳା –
ଦଶଟି ମୂଳରୁ ପ୍ରସ୍ତୁତ ଏହି ଜଡିବୁଟି କୁ ବିଶେଷ ଭାବରେ ଜଏଣ୍ଟ ପେନ ପାଇଁ ବ୍ୟବହାର କରାଯାଏ l ଏହାକୁ ଉଷୁମ କରି ଗୋଟିଏ କପଡ଼ାରେ ବାନ୍ଧି ଦେବା ଦ୍ୱାରା ଜଏଣ୍ଟ ପେନ କମିବାରେ ସାହାଯ୍ୟ କରିଥାଏ l
୩) ନିର୍ଗୁଣ୍ଡି ପତ୍ର –
ନିର୍ଗୁଣ୍ଡି ପତ୍ରକୁ ବିଶେଷ ଭାବରେ ଗଣ୍ଠି ଫୁଲିବା ପାଇଁ ବ୍ୟବହାର କରାଯାଏ l ଏହା ଜଏଣ୍ଟ ପେନ ର ଗୋଟିଏ ଭଲ ଔଷଧ l ଯେ କୌଣସି ପ୍ରକାରର ଯନ୍ତ୍ରଣା ହେଉଁ ଏହି ପତ୍ର କୁ ବାଟି ଗରମ କରି ଲେପ ଦେବା ଦ୍ୱାରା ଆରାମ ମିଳିଥାଏ l
୪) ପୁଦିନା ପତ୍ର –
ଭାରତୀୟ ଆୟୁର୍ବେଦ ରେ ପୁଦିନା ପତ୍ର ହେଉଛି ଗୋଟିଏ ଭଲ ଔଷଧ l ପୁଦିନା ପତ୍ରକୁ ଉଭୟ ପେଟ ଓ ଗଣ୍ଠି ଯନ୍ତ୍ରଣା ପାଇଁ ବ୍ୟବହାର କରାଯାଇ ଥାଏ l ଗଣ୍ଠି ଯନ୍ତ୍ରଣା ପାଇଁ ପୁଦିନା ପତ୍ର କୁ ଛେଚି ତେଲରେ ଗରମ କରି ଗଣ୍ଠିରେ ଲେପ ଦେବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ l ଯେ କୌଣସି ଲେପ ଦେବା ପରେ ଉକ୍ତ ସ୍ଥାନକୁ ଗୋଟିଏ କପଡ଼ାରେ ବାନ୍ଧି ଦିଅନ୍ତୁ ଓ କିଛି ସମୟ ପରେ କପଡା ଟିକୁ ଖୋଲି ଦେବେ l