ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ପୁରୁଷଙ୍କର ଦୀର୍ଘ ସମୟ ଧରି ପରିଶ୍ରା ଯାକିବାର ଅଭ୍ୟାସ ରହିଛି l ଏହି ଅଭ୍ୟାସ କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ l ଯଦି ଆପଣ ଦୀର୍ଘ ସମୟ ଧରି ନିଜ ପରିସ୍ରାକୁ ଧରି ଚାପି ରଖିବା ଦ୍ୱାରା ୟୁରିନାଲ ୱେ ରେ ଇନଫେକ୍ସନ ହୋଇଥାଏ l ଆସନ୍ତୁ ଜାଣିବା ଏହି ୟୁରିନ ସମସ୍ୟା ସୃଷ୍ଟି ହୋଇଥାଏ l
– ଯଦି ଆପଣ ପରିସ୍ରା କୁ ଅଟକାଇବା ଦ୍ୱାରା କିଡ୍ନୀ ପ୍ରଭାବିତ ହୋଇଥାଏ l ଏହାଦ୍ୱାରା କିଡ୍ନୀ ରେ ଷ୍ଟୋନ ହେବାର ସମ୍ଭାବନା ରହିଥାଏ l
– ପରିସ୍ରା ଦୀର୍ଘ ସମୟ ଧରି ଅଟକାଇବା ଦ୍ୱାରା କିଡ୍ନୀ, ବ୍ଲାଡର ଓ ପରିସ୍ରା ର ନଳିରେ ଫୁଲା ଦେଖିବାକୁ ମିଳିଥାଏ l
– ଯଦି ଆପଣ ଦୀର୍ଘ ସମୟ ପରିସ୍ରା ଅଟକାଇ ରଖିବେ ତେବେ ଏହାଦ୍ୱାରା ୟୁଟିଆଇ ହେବାର ସମ୍ଭାବନା ରହିଛି l
– ପରିସ୍ରା ଅଟକାଇ ରଖିବା ଦ୍ୱାରା କିଡ୍ନୀ ରେ ସଂକ୍ରମଣ ସମସ୍ୟା ଦେଖା ଯାଇଥାଏ ଓ ଯାହା ଦୀର୍ଘ ସମୟ ଧରି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ l
– ପୁରୁଷ ମାନେ ଯଦି ଦୀର୍ଘ ସମୟ ଧରି ପରିଶ୍ରା ଜାକି ରଖନ୍ତି ତେବେ ବ୍ଲାଡର ରେ ଫୁଲା ସମସ୍ୟା ରହିଥାଏ ଓ ଡିସ୍ଚାର୍ଜ ସମୟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l
– ଦୀର୍ଘ ସମୟ ଧରି ପରିଶ୍ରା ଯାକିବା ଦ୍ୱାରା ମହିଳା ମାନଙ୍କର ପେଲଭିକ ମସଲସ ଡ୍ୟାମେଜ ହୋଇଥାଏ ଓ ତା ସହିତ ମହିଳା ମାନଙ୍କର ୟୁଟ୍ରସ ଉପରେ ପ୍ରଭାବ ପକାଇଥାଏ l