Odisha news

ଭୁଲ୍ ରେ ସୁଧା ପୂଜାଘରେ ଏହିସବୁ ଜିନିଷ ରଖନ୍ତୁ ନାହିଁ, ହୋଇପାରେ ବଡ ଅନର୍ଥ

0

ଅଧିକାଂଶ ଲୋକଙ୍କ ପୂଜା ଘରେ ବିଭିନ୍ନ ପ୍ରକାରର ଏଣୁ ତେଣୁ ଜିନିଷ ରଖା ଯାଇଥାଏ l ଆମେ ଯାହାକୁ ଅଧିକାଂଶ ସମୟରେ ଦେଖି ମଧ୍ୟ ଅଣଦେଖା କରି ଦେଇଥାଉ l କିନ୍ତୁ ଏହି କିଛିଟା ଜିନିଷ ଆମ ଦୈନଦିନ ଜୀବନରେ ମଧ୍ୟ ବିଘ୍ନ ସୃଷ୍ଟି କରିଥାଏ, ଯାହାକୁ ଆମେ ଜାଣିପାରି ନଥାଉ l ଯାହାଦ୍ୱାରା ଦରିଦ୍ରତା ଘରେ ବସା ବାନ୍ଧି ଯାଇଥାଏ l ଆସନ୍ତୁ ଆଜି ଜାଣିବା କେଉଁସବୁ ଜିନିଷ ଠାକୁର ଘରେ ରହିବା ଦ୍ୱାରା ହୋଇଥାଏ ଅନର୍ଥ l

*ଠାକୁର ଘରେ ଭଗବାନ ଙ୍କ ରୌଦ୍ର ରୂପ ର କୌଣସି ଫଟୋ ରଖନ୍ତୁ ନାହିଁ l ଏହା କରିବା ଅଶୁଭ ଓ ଅନିଷ୍ଟକାରୀ ଅଟେ , ଏହି କାରଣରୁ ଭଗବାନ ଙ୍କ କୃପା ଲାଭରେ ରୋକ ଲାଗିଥାଏ l

* ଘରର ଠାକୁରଘରେ କଦାପି କୌଣସି ଖଣ୍ଡିତ ମୂର୍ତି ରଖିବା ଠିକ ନୁହେଁ l ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ଘର ପରିବାରର ଅମଙ୍ଗଳ ହୋଇଥାଏ l

* ପୂଜା ଥାଳିରେ କଦାପି ଛିଡା କିମ୍ବା ବାସୀଫୁଲ ରଖିବା ଓ ଠାକୁରଙ୍କୁ ଅର୍ପଣ କରିବା ଉଚିତ ନୁହେଁ l ଭଗବାନ ଙ୍କୁ ବିନା ଫୁଲ ରେ ପୂଜା କରିଦେଲେ ଚାଲିବ କିନ୍ତୁ ଛିଡା ଫୁଲ ଅର୍ପଣ କରିବା ଠିକ ନୁହେଁ l

* ପ୍ରତିଦିନ ସନ୍ଧ୍ୟା ଧୂପ ପରେ ଦେବାଦେବୀଙ୍କୁ ଦିଆ ଯାଇଥିବା ପୁଷ୍ପ ଓ ପୁଷ୍ପ ମାଳା କାଢ଼ିଦେବା ଉଚିତ ନଚେତ ଲକ୍ଷ୍ମୀଙ୍କ କୃପା ଲାଭ ହୋଇ ନଥାଏ l

* କଦାପି ପୂଜା ଘରେ ଗଣେଶଙ୍କ ଏକାଧିକ ମୂର୍ତି ରଖିବା ଉଚିତ ନୁହେଁ l ଏହାଦ୍ୱାରା ଭଗବାନ ଙ୍କ କୃପା ଲାଭ ହୋଇ ନଥାଏ ଓ ସର୍ବଦା କଳହ ଅଶାନ୍ତି ଦେଖା ଦେଇଥାଏ l

* ଶନି ଦେବଙ୍କ ଫଟୋ କିମ୍ବା ମୂର୍ତି ପୂଜା ଘରେ ରଖିବା ଉଚିତ ନୁହେଁ l ସର୍ବଦା ଶନି ଦେବଙ୍କୁ ଘର ବାହାରେ କୌଣସି ମନ୍ଦିରରେ ପୂଜା କରିବା ଉଚିତ l ଏହାଛଡା ମହାଦେବଙ୍କ ଅବତାର କୁହା ଯାଉଥିବା କାଳ ଭୈରବ ଙ୍କୁ ପୂଜା କରିବା ଉଚିତ ନୁହେଁ l

* ଏହାଛଡା ଘରେ କଦାପି ଅଧିକ ବଡ଼ ମୂର୍ତି କିମ୍ବା ଫଟୋ ପୂଜା କରିବା ଠିକ ନୁହେଁ l ଏହାଛଡା ଶିବଲିଙ୍ଗ ଖୁବ ସମ୍ବେଦନଶୀଳ ଅଟେ l ନିଜ ଠାକୁରଘରେ କଦାପି ବଡ ଶିବଲିଙ୍ଗ ରଖି ପୂଜା କରନ୍ତୁ ନାହିଁ l

Leave A Reply