Odisha news

ଗବେଷକ ଙ୍କ ମତ ରେ ଏଞ୍ଜାଇଟି ଓ ଷ୍ଟ୍ରେସ କୁ ଦୂର କରିଥାଏ ଭାରତୀୟ ମାନଙ୍କର ଏହିସବୁ ଚା

0

ଆଜିକାଲି ପ୍ରାୟ ସମସ୍ତେ ଟେନ୍ସନ୍ ଓ ଚିନ୍ତାରେ ବ୍ୟସ୍ତ ରହୁଛନ୍ତି l ଯେ କୌଣସି ଛୋଟ କଥାଟିଏ ହେଉ ପଛକେ ସେଥିରୁ ବାହାରିବାର ଉପାୟ ବାହାର କରିବା ପୂର୍ବରୁ ଚିନ୍ତିତ ରହି ନିଜ ରକ୍ତଚାପ ର ପାରା କୁ ବଢ଼ାଇ ଦେଉଛୁ l ଏହି ଅବସ୍ଥା ବିଶେଷ ଭାବରେ ଷ୍ଟ୍ରେସ ବା ଏଞ୍ଜାଇଟି କାରଣରୁ ଦେଖା ଦେଉଛି l ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଓ ଶାନ୍ତ ଓ ରିଲାକ୍ସ ରହିବା ପାଇଁ ଘରେ ପ୍ରସ୍ତୁତ ମସଲା ଚା ନିହାତି ପିଇବା ଆବଶ୍ୟକ ବୋଲି ଗବେଷକ ମାନେ ମତ ଦେଇଛନ୍ତି l

– ତୁଳସୀ ପୁଦିନା ଚା :
ତୁଳସୀ ଓ ପୁଦିନାରେ ପ୍ରସ୍ତୁତ ଚା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ l ଏହି ଚା ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଭାରି ରହିଥାଏ l ଏହି ଚା ଆପଣଙ୍କୁ ପାଚନ ସମସ୍ୟା ଦୂର କରିଥାଏ l  ଏହି ଚା ପାଇଁ ଆପଣ କିଛି ମାତ୍ରାରେ ତୁଳସୀ ପୁଦିନା ଓ ଅଦାକୁ ଭଲରେ ସିଝାଇ ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ଷ୍ଟ୍ରେସ କମ ହୋଇଥାଏ l

– କେଶର ଓ ପାନମଧୁରୀ ଚା :
ଏହି ଚା ବଡି କୁ ଡିଟକ୍ସ କରିବା ଛଡା ପେଟ ଓ ମନକୁ ଶାନ୍ତ କରିଥାଏ l ଭଲ ନିଦ୍ରା କରାଇ ଥିବାରୁ ଏହା ଗୋଟିଏ ଭଲ ବିକଳ୍ପ ଅଟେ l ଏହା ରକ୍ତଚାପ କୁ ବୁଷ୍ଟ କରିବା ସହିତ ଏଞ୍ଜାଇଟି କୁ ମଧ୍ୟ ବୁଷ୍ଟ କରିଥାଏ l ଏହି ଚା ପ୍ରସ୍ତୁତ କରିବା ପାଇଁ କେଶର, ପାନମଧୁରୀ, ଓ ଲେମ୍ବୁ ରସ ମିଶାଇ ୫ ମିନିଟ ପାଇଁ ଫୁଟାନ୍ତୁ ଓ ମହୁ ମିଶାଇ ସେବନ କରନ୍ତୁ l

– ମସଲା ଚା :
ଏହି ଚା ଇମ୍ୟୁନିଟି ବୃଦ୍ଧି କରିବା ସହିତ ମୋଟାପଣ ଦୂର କରିଥାଏ l ଏହାକୁ ପ୍ରସ୍ତୁତ କରିବା ପାଇଁ ଅଦା, ଲବଙ୍ଗ, ଗୁଜୁରାତି, ଗୋଲ ମରିଚ ଓ ମହୁ ରେ ପ୍ରସ୍ତୁତ କରାଯାଇ ଥାଏ l ଏହି ଚା କୁ ସେବନ କରିବା ପରେ ମାନସିକ ଚାପ କମିବା ସହିତ ଏଞ୍ଜାଇଟି ମଧ୍ୟ ନିୟନ୍ତ୍ରିତ ହୋଇଥାଏ l

Leave A Reply