ପ୍ରତାପ ଚନ୍ଦ୍ର ସାହୁ : ସେ ଶିଖ୍ୟାନୁଷ୍ଠାନ ହେଉ ଅବା ଧର୍ମାନୁଷ୍ଠାନ ତମାଖୁ ମୁକ୍ତ ପରିସର ହେବାର ଆବଶ୍ୟକତା ଦେଖାଦେଇଛି। ଯୁବ ଗୋଷ୍ଠି ଓ ଛାତ୍ର ଛାତ୍ରୀ କୂସଙ୍ଗୀ ମାନଙ୍କ ସାଙ୍ଗରେ ପଡି ଓ ବିଭିନ୍ନ ପ୍ରକାର ମାନସିକ ବିଷାଦ ଗ୍ରସ୍ତ ହୋଇ ଉନ୍ନତ ଧରଣର ତମାଖୁ ସେବନ ରେ ଲିପ୍ତ ରହିଥାନ୍ତି ଯଥା ବିଭିନ୍ନ ପ୍ରକାର ଡ୍ରଗସ୍ । ମୋଟା ମୋଟି ଭାବରେ ବିଡି,ତମାଖୁ,ସିଗାରେଟ୍,କଡା ମସଲା ଯୁକ୍ତ ପାନ,ଗଙ୍ଜା ,ଭାଙ୍ଗ ଏ ଗୁଡିକ ସ୍ଵାସ୍ଥ୍ୟ ପଖ୍ୟେ ହାନିକାରକ। ଏ ସବୁ କର୍କଟ ରୋଗ ର ବାହକ। ଥରେ ଯିଏ ଏ ପାଲ ରେ ପଡିଗଲା ଛାଡିବା ଟା ମୁସ୍କିଲ। ତମାଖୁ ସେବନ ହଠାତ୍ ଶରୀର ରେ ସେମିତି କିଛି ଖ୍ୟତି ନ କଲେ ବି ପରବର୍ତ୍ତୀ ସମୟ ରେ ଏତେ ଖ୍ୟତି କରାଏ ଯାହାକି ବିଶ୍ଵାସ ଯୋଗ୍ୟ ନ ହେଲେ ବି ଅପ୍ରିୟ ସତ୍ୟ। ସ୍ଲୋ ପ ଏଥନ୍ ସଦ୍ରୃସ ସୁନାର ଶରୀର କୁ ଚୁନା କରିଦିଏ। ଏ ସବୁ ଜାଣି ବି ଏନ୍ ଏଫ୍ ଏଚ୍ ଏସ୍ ର ଆକଳନ ଅନୁସାରେ ଭାରତ ତଥା ଓଡିଶା ରେ ତମାଖୁ ସେବନ ଯଥେଷ୍ଠ ବ୍ରୃଧି ପାଇଛି। ପ୍ରାୟତହ ୬୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ୨୧ ପ୍ରତିଶତ ମହିଳା କୋଉଣସି ନା କୋଉଣସି ରୁପରେ ତମାଖୁ ସେବନ କରିଥାନ୍ତି।
ବିଶ୍ଵ ତମାଖୁ ବର୍ଜନ ଦିବସ ୩୧ ମ ଇ
“ଇଏ ଏକ ଏମିତି ନିଶା , ଜଣା ପଡେ ନାହ୍ଙି ଟାଣେ ପଇସା”
ବହୁତ ମାରାତ୍ମକ ଏଇ ତମାଖୁ। ଏଣୁ ସବୁ ସ୍ତର ରେ ପ୍ରୟାସ ହେବା ଦରକାର ସବୁ ପ୍ରକାର ଅନୁଷ୍ଠାନ ତମାଖୁ ମୁକ୍ତ ପରିସର ହେଉ।କିଛି ଖଳ ପ୍ରକ୍ରୃତି ର ଲୋକ ଙ୍କ କବଳ ରେ ପଡି ଛୋଟ ଛୋଟ ପିଲାମାନେ ମଧ୍ୟ ତମାଖୁ ସେବନ କରୁଥିବାର ଦେଖାଯାଉଛି।ଏକ ବର୍ଷ ରୁ ପନ୍ଦର ବର୍ଷ ବୟସ ର ୨୫% ପିଲା ତମାଖୁ ସେବନ କରିଥାନ୍ତି। ଅଧିକାଶ୍ଙ ତମାଖୁ କୁ ଚୋବାଇ ଖାଇଥାନ୍ତି। କିଛି ଜିଭ ତଳେ ରଖିଥାନ୍ତି ,କିଛି ଦାନ୍ତ ମୂଳେ ଜାକି ଥାନ୍ତି।ସାର୍ବଜନିନ ସ୍ଥାନ ରେ ଅନ୍ୟୁନ ୪୫% ଲୋକ ଧୂମପାନ କରୁଥିବାର ଜଣା ଯାଇଛି। ପାଶ୍ଚାତ୍ୟ ଦେଶ ମାନଙ୍କୁ ଅନୁକରଣ କରି ଆଜି ଭାରତୀୟ ଯୁବ ପିଢି ନିଜକୁ ସ୍ମାର୍ଟ ବୋଲାଇବା ଆଳରେ ଜୀବନଚର୍ଯ୍ୟା କୁ ପରିବର୍ତ୍ତନ କରାଇ ନିଜକୁ ଭଲ କରିବା ପରିବର୍ତ୍ତେ ରସାତଳ ଗାମୀ କରିଥାନ୍ତି। ନିଜ ଐତିହ୍ୟ ତଥା ସସ୍କ୍ରୃତି କୁ ପଛରେ ବିଦଶୀ ସସ୍କ୍ରୃତି ମରୀଚିକା ପଛରେ ଗୋଡାଇଥାନ୍ତି। ଯୁବ ପିଢି ନିଜକୁ ଜଗତିକରଣ ଢାଙ୍ଚା ରେ ପରିବର୍ତ୍ତନ ଆଣିବା ପ୍ରୟାସ କରି ଦିଅ୍ଙ ଗଢୁ ଗଢୁ ମାଙ୍କଡ ହୋଇଯିବା ପରି ଗଢି ତୋଳନ୍ତି। ତମାଖୁ ସେବନ ଦ୍ଵାରା ପ୍ରତି ବର୍ଷ ଅନ୍ୟୁନ ଦେଢ ନିୟୁତ ବ୍ୟକ୍ତି ପ୍ରାଣ ହରେଇଥାନ୍ତି। ଏକ ରିପୋର୍ଟ ରୁ ଜଣା ପଡିଛି ଯେ ଯେଙମାନେ ତମାଖୁ ସେବନ କରନ୍ତି ନିଜ ପ୍ରକ୍ରୃତ ଜୀବଦ୍ଦଶା ର ୧୫ ବର୍ଷ ପୂର୍ବ ରୁ ମ୍ରୃତ୍ୟୁ ବରଣ କରନ୍ତି।
ଏବେ ଦେଖିବାକୁ ଗଲେ ବିଶ୍ଵବ୍ୟାପି ସାବାଳକ ମଧ୍ୟରୁ ତମାଖୁ ସେବନ କାରି ପ୍ରତି ଦଶ ଜଣ ରୁ ଜଣ ଙ୍କର ମ୍ରୃତ୍ୟୁ ହୋଇଥାଏ। ଏମିତି ଦେଖିଲେ ବିଶ୍ଵ ରେ ପ୍ରତିବର୍ଷ ସାତ ନିୟୁତ ତମାଖୁ ସେବନକାରି ମ୍ରୃତ୍ୟୁ ବରଣ କରିଥାନ୍ତି। ୨୦୪୦ ମସିହା ବେଳକୁ ଏହା ଏଗାର ନିୟୁତ ଟପିଯିବ। ଅନ୍ୟାନ୍ୟ ନିଶାଦ୍ରବ୍ୟ ଅପେଖ୍ୟା ତମାଖୁ ବିପୁଳ ସଙ୍ଖ୍ୟା ରେ ସେବନକାରୀ କୁ ମାରୁଛି। ତମାଖୁ ପ୍ରସ୍ତୁତ କାରି କମ୍ପାନି ମାନେ ନୁଆ୍ଙା ନୁଆ୍ଙା ଗ୍ରାହକ ସଙ୍ଗ୍ରହ କରିବା ଉଦ୍ଦେଶ୍ୟ ନେଇ ଆକର୍ଷଣୀୟ ବିଙ୍ଗ୍ୟାପନ ମନ ଦେଇଥାନ୍ତି। ସରକାର ବିଙ୍ଗ୍ୟାପନ ଉପରେ ବ୍ୟାନ୍ ଲଗାଇବା ଉଚିତ୍ । ଭାରତ ସରକାର ପ୍ରଥମ କରି ୨୦୦୩ ମସିହା ମେ ମାସ ୧୮ ତାରିଖ ରେ ତମାଖୁ ନିୟନ୍ତ୍ରଣ ଆଇନ ଆଣିଥିଲେ। ଏହି ଆଇନ ରେ ମୁଖ୍ୟତ ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦନ ,ବିଙ୍ଗ୍ୟାପନ ଓ ବିକ୍ରୀ ଉପରେ ରୋକ୍ ଲଗାଇବା ଥିଲା।ସାର୍ବଜନିନ ସ୍ଥାନ ରେ ଧୂମପାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇ୍ଙ ଆଇନ ପ୍ରସ୍ତୁତ ହୋଇଥିଲା। ଆଇନ ଖିଲାପକାରି ଙ୍କ ବିରୋଧ ରେ କଠୋର ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ମଧ୍ୟ ଗୁଟଖା ପ୍ରସ୍ତୁତି ରେ ବ୍ୟାନ୍ କରିଛନ୍ତି। ପ୍ରତ୍ୟେକ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଙ୍କ ସ୍ଵାସ୍ଥ୍ୟ ବିଭାଗ,ଅବକାରି ବିଭାଗ ଓ ପୋଲିସ୍ ମିଳିତ ପ୍ରୟାସ କରି ଅନୁଷ୍ଠାନ ସମୁହ ଯେପରି ତମାଖୁ ମୁକ୍ତ ପରିସର ରେ ପରିଣତ ହୋଇ ପାରିବ ଉଦ୍ୟମ କରନ୍ତୁ। ଯୁବଗୋଷ୍ଠୀ ତଥା ଛାତ୍ର ଛାତ୍ରୀ ମାନେ ବିପଥଗାମୀ ହେଲେ ଆମର ଐକ୍ୟ ସ୍ଙହତି ,ସସ୍କ୍ରୃତି ପ୍ରତି ଘୋର ବ୍ୟାଘାତ ସ୍ରୃଷ୍ଟି ହେବ।