Odisha news

ଭୁର୍ଟି ପଞ୍ଚାୟତ ସିରିଗାଁରେ ଘୋର ଜଳ ସଙ୍କଟ। କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଛି ପ୍ରଶାସନ

0

ନର୍ଲା (ଦୀପକ କୁମାର ଠାକୁର)  ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଖର୍ଚ୍ଚ ପୁଣି ହେଉଛି ଲକ୍ଷ ଲକ୍ଷ। କିନ୍ତୁ ଏମିତି ଅବହେଳିତ ଗାଁ ବି ରହୁଛି। ଯେଉଁଠି ବିକାଶର ଛାଇ ବି ପଡି ନାହିଁ। ଏପରି ଏକ ଅଭିଶପ୍ତ ଗାଁ ହେଉଛି ଲାଞ୍ଜିଗଡ଼ ବ୍ଲକର ଭୁର୍ଟି ପଞ୍ଚାୟତର ସିରିଗାଁ। ଏଠାରେ ବିକାଶ ତ ଦୂରର କଥା ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଏବେ ଉତ୍କଟ ସମସ୍ୟା ହୋଇ ରହିଛି। ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ସମୟରେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସିରିଗାଁ ୩ ନଂ ୱ।ର୍ଡରେ ୪୦ ଘର ସହ ପ୍ରାୟ ଦୁଇଶହ ଆଦିବାସୀ ଭୋଟର ବାସ କରୁଛନ୍ତି। ଏଠାରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ କୈାଣସି ସୁଫଳ ମିଳି ନଥିବାରୁ ଗାଁର ମୁକ୍ତା ପାତ୍ର, ଲଳିତା ପାତ୍ର, ଛାୟାବତୀ ପାତ୍ର, ସୁକାନ୍ତି ପାତ୍ର ପ୍ରମୁଖ ମହିଳା ଅଭିଯୋଗ କରନ୍ତି।

ନିକଟ ଅତୀତରେ ଏକ ନଳକୂଅ ଖନନ ପାଇଁ ପଞ୍ଚାୟତ ତତ୍ତ୍ୱାବଧାନରେ ଆସି  ପ୍ରାୟ ୧୦୦ଫୁଟ ଯାଏଁ ଖନନ ପରେ ଅଧାରୁ ଛାଡ଼ି ଚାଲିଯିବା ଘଟଣାକୁ ନେଇ ୱ।ର୍ଡବାସୀ ଅଭିଯୋଗ କରିଛନ୍ତି। ଏଥର ଭୁର୍ଟି ପଞ୍ଚାୟତର ନୂତନ ସରପଂଚଙ୍କୁ ଏ ସମ୍ପର୍କରେ ପଚାରିବାରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରୁପାଧର ଧରୁଆ ପଞ୍ଚାୟତର ସମସ୍ତ କାର୍ଯ୍ୟ ଉପରେ ମନମୁଖୀ ନୀତି ଅବଲମ୍ବନ କରୁଥିବା ଜଣାଇଛନ୍ତି। ଗାଁରେ ସୋଲାର ପମ୍ପ ଯୋଗେ ପାଣି ଯୋଗାଇ ଦିଆଯିବା ବ୍ୟବସ୍ଥା ନାମକୁ ମାତ୍ର। ଏହି ୱ।ର୍ଡ ବାସୀ ୧ କିମି ଦୂର ଏକ ପରିତ୍ୟକ୍ତ କୂଅରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସେହିପରି ଗାଧୋଇବା ସକାଶେ ଏକ ଦୂଷିତ କାଦୁଅମାଦୁଅ ପୋଖରୀରେ ଗାଁ ଲୋକେ କାମ ସାରି ଦେଉଛନ୍ତି। ଯାହା ଫଳରେ ବିଭିନ୍ନ ଜଳବାହିତ ରୋଗ ହେବା ସମ୍ଭାବନା ରହିଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଗାଁର ଶାନ୍ତିଲତା ପାତ୍ର,ଗିତାଞ୍ଜଳୀ ପାତ୍ର, ରଏନା ପାତ୍ର, ବନିତା ପାତ୍ର ସହ ଅନେକ ମହିଳା ଦାବି କରିଛନ୍ତି।

Nalco
Leave A Reply