Odisha news

ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ହାତୀ ବେଶରେ ଦର୍ଶନ କରିବେ ଭକ୍ତ

0
ପୁରୀ : ଦୀର୍ଘ ଦୁଇବର୍ଷ ପରେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ପର୍ବ ।‌ ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଭିନ୍ନ ନିଯୋଗ କର୍ମ କର୍ତ୍ତାଙ୍କ ସହ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥ ଯାତ୍ରା ନୀତି କାନ୍ତି କିପରି ଶୃଙ୍ଖଳିତ ଭାବେ ସମାପନ ହେବ ସେ ନେଇ ଆଲୋଚନା କରି ଥିଲେ। ଆସନ୍ତା ଜୁନ୍ ୧୪ ରେ ପଡୁଛି ସ୍ନାନ ପୂର୍ଣ୍ଣିମା । ସ୍ନାନ ପୂର୍ଣ୍ଣିମା ପଡୁ ଥିବାରୁ ନୀତି କାନ୍ତି, ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି, ହାତି ବେଶ ଓ ଭକ୍ତଙ୍କ ଦର୍ଶନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେପଟେ ରଥ ଖଳାରେ ଜୋର୍ ସୋରରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ। ପବିତ୍ର ଭଉଁରୀ ଅବସରରେ ବିଧି ଅନୁଯାୟୀ ତିନି ରଥର ଛଅଟି ଚକ ଡେରାଯିବାକୁ ଥିବାରୁ ଏଥିପାଇଁ ଅଖ ଓ ଚକ ନିର୍ମାଣ ସରିଛି।
ଦୀର୍ଘ ଦୁଇବର୍ଷ ପରେ ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି, ପୂଜାପଣ୍ଡା, ସିଂହାରୀ ଓ ଅନ୍ୟାନ୍ୟ ସେବାୟତ ନିଯୋଗ ସହ ପୃଥକ୍ ପୃଥକ୍ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଆଲୋଚନା କରିଥିଲେ। ପବିତ୍ର ସ୍ନାନପୂର୍ଣ୍ଣମୀ ପଡୁ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି, ମହାପ୍ରଭୁଙ୍କ ପହଣ୍ଡି, ଜଳ ବିଜେ ,ଜଳ ଲାଗି ଓ ହାତୀବେଶ କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ତେବେ ଜଳ ଲାଗି ସମୟରେ ବଡ଼ଦାଣ୍ଡରେ ଓ ହାତୀବେଶ ପରେ ଭକ୍ତମାନେ ଦୁଇଘଣ୍ଟା ପାଇଁ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିପାରିବେ ବୋଲି ନିଷ୍ପତି ହୋଇ ଥିବା ଜଣା ପଡିଛି । କିନ୍ତୁ ସ୍ନାନ ବେଦୀରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର।
ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ ବିନା ଭକ୍ତରେ ବିଗତ ଦୁଇବର୍ଷ ଧରି ମହାପ୍ରଭୁଙ୍କ ଶ୍ନଙ୍କାତ୍ର ହୋଇଥିବାବେଳେ ଏଥର କରୋନା ସ୍ଥିତି ସ୍ବଭାବିକ ଥିବାରୁ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଦେବସ୍ନାନପୂର୍ଣ୍ଣମୀରେ ନୀତି ସହ ଜଡ଼ିତ ସବୁ ସେବାୟତ ନିଜ ନିଜ ମଧ୍ୟରେ ସମନ୍ଵୟ ରକ୍ଷା କରି ସମସ୍ତ ନୀତିକାନ୍ତି କିଭଳି ଠିକ୍ ସମୟରେ ସାରିବେ ସେ ନେଇ ଆଲୋଚନା କରାଯାଉଛି। ବିଶେଷ କରି ପ୍ରଭୁଙ୍କ ଜଳଲାଗି ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ସେ ସମ୍ପର୍କରେ ନିଯୋଗ କର୍ମକର୍ତ୍ତାକୁ ପରାମର୍ଶ ଦିଆଯାଇଛି। ହାତୀବେଶ୍ ସମୟରେ ଭକ୍ତ ମାନେ କେଉଁ ବାଟ ଦେଇ ଆସିବେ ଓ କେଉଁ ବାଟ ଦେଇ ଫେରିବେ ସେ ଉପରେ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ୨୩ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ କମିଟି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଆସନ୍ତା ୨୨ ତାରିଖରେ ଶ୍ରୀକ୍ଷେତ୍ର ଭଉଁରୀ ଓ ଜୁନ ୧୪ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଗୋଟିଏ ପଟେ  ରଥ ନିର୍ମାଣ ଦୃତ ଗତିରେ ଆଗେଇ ଚାଲିଥିବାବେଳେ ଅନ୍ୟ ପଟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
Leave A Reply