କୋଲେଷ୍ଟ୍ରଲ ଆଜିକାଲିର ଗୋଟିଏ ଗମ୍ଭୀର ସମସ୍ୟା l କୋଲେଷ୍ଟ୍ରଲ ବଢିବା ଦ୍ୱାରା ହାର୍ଟ ପାଇଁ ଅନେକ ବିପଦ ଦେଖା ଦେଇଥାଏ l ସାଧାରଣ ଭାବରେ ଖାଇବା ପିଇବା ରେ ସମସ୍ୟା ଦେଖା ଦେବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦେଖାଦିଏ l କୋଲେଷ୍ଟ୍ରଲ ର ମୁଖ୍ୟ କାରଣ ଅନହେଲଦି ପ୍ରୋସେସ ଫୁଡ l ବିଶେଷ ଭାବରେ ଚିନି, ମଇଦା, କୋଲ୍ଡ଼ ଡ୍ରିଂକ୍ସ ପିଇବା ଦ୍ୱାରା ଏଲଡିଏଲ କୋଲେଷ୍ଟ୍ରଲ ସ୍ତର ରକ୍ତରେ ବୃଦ୍ଧି ପାଇଥାଏ l ଯାହାଦ୍ୱାରା ହୃଦଘାତ, ହେବାର ସମ୍ଭାବନା ରହିଥାଏ l
ଏହିସବୁ ଜିନିଷ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଠାରୁ ନିଜକୁ ଦୁରେଇ ରଖି ହୋଇଥାଏ –
– କୋଲେଷ୍ଟ୍ରଲ ନିୟନ୍ତ୍ରଣ କରୁଥିବା ଫଳ :
ସେଓ, ଜାମୁକୋଳି ଓ ବିଭିନ୍ନ ଖଟା ଫଳ ରେ ପ୍ରକ୍ଟିନ ନାମକ ଏକ ପ୍ରକାର ଫାଇବର ରହିଥାଏ, ଯାହା କୋଲେଷ୍ଟ୍ରଲ କୁ କମ କରିଥାଏ l ଏହି ଫଳ ଗୁଡିକ ମଧ୍ୟ ଆଣ୍ଟିଅକ୍ସିଡେଣ୍ଟ ର ଗୋଟିଏ ବଡ଼ ସ୍ରୋତ ଅଟେ l
– କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ ଏହିସବୁ ଶସ୍ୟ :
ରକ୍ତରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଉଷୁନା ଚାଉଳ, ମସୁର ଡାଲି ଇତ୍ୟାଦିକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରି ପାରିବେ l
– କୋଲେଷ୍ଟ୍ରଲ ନିୟନ୍ତ୍ରଣ କରୁଥିବା ପରିବା :
ଶରୀରରୁ ବ୍ୟାଡ଼ କୋଲେଷ୍ଟ୍ରଲ କୁ ବାହାର କରିବା ପାଇଁ ସବୁଜ ପନିପରିବା ସେବନ କରିବା ଆବଶ୍ୟକ l ଯେଉଁ ପରିବାରେ ଅଧିକ ଆଣ୍ଟି ଅକ୍ସୀଡାଂଟ ରହିଛି ଯେପରି ବାଇଗଣ ଓ ଭେଣ୍ଡି ଇତ୍ୟାଦି ଏହାକୁ ନିୟମିତ ସେବନ କରିବା ଆବଶ୍ୟକ l
– କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ ସୋୟାବିନ :
ପ୍ରତିଦିନ ୨୫ ଗ୍ରାମ ସୋୟା ପ୍ରୋଟିନ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହୋଇଥାଏ l ତା ସହିତ ଓଟ୍ସ ମଧ୍ୟ ଖୁବ ଉପକାରୀ, ଏଥିରେ ବିଟା ଗ୍ଲୁକୋଜ ରହିଥାଏ l ପ୍ରତିଦିନ ଆପଣ ଭାରତୀୟ ଙ୍କ ମୁଖ୍ୟ ଭୋଜନ ଡାଲି କୁ ମଧ୍ୟ ସାମିଲ କରି ପାରିବେ l