Odisha news

ଭାରତୀୟ ଡାକ ବିଭାଗ ପକ୍ଷରୁ ପଦବୀ ଖାଲି : ୧୦ମ ଓ ଦ୍ୱାଦଶ ପାସ ଛାତ୍ରଛାତ୍ରୀ କରି ପାରିବେ ଆବେଦନ

0

ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ପୋଷ୍ଟାଲ ସର୍କଲ ର ଅନ୍ତର୍ଗତ ରେ ଥିବା ସମସ୍ତ ପୋଷ୍ଟ ଅଫିସ ଗୁଡିକ ପାଇଁ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ୩୮୯୨୬ ଟି ପଦବୀ ପାଇଁ ସିଧାସଳଖ ଆପଏଣ୍ଟମେଣ୍ଟ ପାଇଁ ଅଧିସୂଚନା ଜାରି ହୋଇଛି l ଯେଉଁ ଇଛୁକ ବ୍ୟକ୍ତିମାନେ ଏଥିପାଇଁ ଉପଯୁକ୍ତ ଶିକ୍ଷାଗତ ସାର୍ଟିଫିକେଟ ରଖିଛନ୍ତି ସେମାନେ ଆବେଦନ କରି ପାରିବେ, ଏଥିପାଇଁ ଡାକ ବିଭାଗର ଅଫିସିଆଲ ୱେବସାଇଟ ରେ ଆବେଦନ କରିପାରିବେ l

india Post GDS Recruitment 2022 ପାଇଁ ପାର୍ଥି ମାନେ ୱେବସାଇଟ ରେ ଦିଅ ଯାଇଥିବା ଲିଙ୍କ କୁ କ୍ଲିକ କରି ସେଥିରେ ଥିବା ତାଲିକା କୁ ଚେକ କରିପାରିବେ l ସେହି ଅନୁସାରେ ଚୟନକର୍ତ୍ତା ଯାଞ୍ଚ କରି ପାରିବେ l ଏଥିରେ ଗୋଟିଏ PDF ଜାରି କରାଯାଇଛି l ଯେଉଁଥିରେ ବୟସ ସୀମା ୧୮ – ୪୦ ବର୍ଷ ରହିଛି l ବିସ୍ତୃତ ତଥ୍ୟ ପାଇଁ ଏହି ସାଇଡ କୁ ଠିକ ଭାବରେ ଯାଞ୍ଚ କରନ୍ତୁ l

କିପରି ଅନଲାଇନ ରେ ଆବେଦନ କରିବେ –

ଅନଲାଇନ ରେ ଆବେଦନ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଅଫିସ ର ଅଫିସିଆଲ ୱେବସାଇଟ indiapostgdsonline.gov.in କୁ ଯାଇ ନିର୍ଧାରିତ ଚଳିତ ବର୍ଷ ଜୁନ ୫ ତାରିଖ ମଧ୍ୟରେ ଆବେଦନ କରିପାରିବେ l

ଚୟନ ପ୍ରକ୍ରିୟା –
ଭାରତୀୟ ଡାକ ବିଭାଗ ପକ୍ଷରୁ ଆବେଦନକାରୀ ଙ୍କ ସାର୍ଟିଫିକେଟ ଆଧାରରେ କରାଯିବ l ଆପଣଙ୍କୁ ସମସ୍ତ ତଥ୍ୟ ଇମେଲ ଜରିଆରେ ଦିଆଯିବ l ଏଥିପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ l

Leave A Reply