ପ୍ରତିଟି ମଣିଷ ଜୀବନରେ ସଫଳତା ପାଇବା ପାଇଁ ଇଚ୍ଛା ରଖି ଥାଆନ୍ତି l ସେଥିପାଇଁ ମଣିଷ ନିଜ ଜୀବନର ମହତ୍ଵକୁ ଜାଣିବା ଆବଶ୍ୟକ l ଏହି ଜୀବନ ଖୁବ ମୂଲ୍ୟବାନ ଅଟେ l ଯେଉଁ ଲୋକମାନେ ଏହା ଜାଣି ପାରନ୍ତି ନାହିଁ ସେମାନେ ଖରାପ ସାଙ୍ଗ ଦୋଷ, ଖରାପ ଅଭ୍ୟାସରେ ପଡି ଥାଆନ୍ତି l ଯାହାକୁ ନେଇ ସେମାନେ ଜୀବନ ସାରା ସଂଘର୍ଷ କରି ଥାଆନ୍ତି ଓ ଆଗକୁ ଯାଇ ଜୀବନ ରେ ଅନେକ ଦୁଃଖକଷ୍ଟ ଲାଭ କରି ଥାନ୍ତି l
ଏହିସବୁ କଥାକୁ ଧ୍ୟାନ ଦିଅନ୍ତୁ –
– ସଫଳତାର ପୁଞ୍ଜି କହୁଛି ଯେ ଖରାପ ସଙ୍ଗ ଦୋଷ ବିଷ ସଦୃଶ ଅଟେ l ତେଣୁ ଏଠାରୁ ଦୁରେଇ ରହିବା ଆବଶ୍ୟକ l ଯେଉଁ ଲୋକମାନେ ଖରାପ ସଙ୍ଗ ଦୋଷ ତ୍ୟାଗ କରି ପାରନ୍ତି ନାହିଁ ଜୀବନ ସାରା କଷ୍ଟ ଲାଭ କରି ଥାଆନ୍ତି l ମଣିଷ ଜୀବନର ସଫଳତା ପଛରେ ସଙ୍ଗ ଦୋଷର ଖୁବ ପ୍ରଭାବ ରହିଥାଏ l ଭଲ ସାଙ୍ଗ ଯଦି ଜୀବନରେ ମିଳିଥାଏ ତେବେ ମଣିଷ ଠିକ ମାର୍ଗରେ ନିଜକୁ ପରିଚାଳିତ କରିଥାଏ l ଜ୍ଞାନ ର ବିକାଶ ହୋଇଥାଏ ଓ ଜୀବନରେ ସଫଳତା ମିଳିଥାଏ l
– ସଫଳତାର ପୁଞ୍ଜି କହୁଛି ମଣିଷ ନିଜ ଜୀବନରେ ସର୍ବଦା ସକାରାତ୍ମକ ଭାବନା ରଖିବା ଆବଶ୍ୟକ l ଯେଉଁ ବ୍ୟକ୍ତି ନିଜ ମନରେ ନକାରାତ୍ମକ ଭାବନା ଭରିଥାଏ ସେ କଦାପି ଉନ୍ନତି କରି ପାରି ନଥାଏ l ନକାରାତ୍ମକ ଭାବନା ଥିବା ଲୋକ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁହେ ନାହିଁ l
– ସଫଳତାର ପୁଞ୍ଜି କହୁଛି ଯେ ଆଳସ୍ୟ ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ l ଯେଉଁ ବ୍ୟକ୍ତି ଅଳସୁଆ ଅଟେ ସେ ସର୍ବଦା ଜୀବନରେ ଆଗକୁ ବଢିବା ପାଇଁ ଅବସର କୁ ହରାଇ ଥାଏ l ତେଣୁ ଜୀବନରେ ଆଳସ୍ୟ ତ୍ୟାଗ କରି ଆଗକୁ ବଢିବା ପାଇଁ ଆବଶ୍ୟକ l
– ସଫଳତାର ପୁଞ୍ଜି କହୁଛି ଯେ ପରିଶ୍ରମୀ ବ୍ୟକ୍ତି ଜୀବନ ରେ କଦାପି ହାରି ନଥାଏ l ସେ ସମସ୍ତ କାର୍ଯ୍ୟକୁ ଆଗ୍ରହର ସହିତ କରିଥାଏ ଓ କୌଣସି କାର୍ଯ୍ୟ କରିବା ପାଇଁ ପଛାଇ ନଥାଏ l
– ସଫଳତାର ପୁଞ୍ଜି କହୁଛି ବ୍ୟକ୍ତି ସର୍ବଦା ସମୟର ମୂଲ୍ୟକୁ ବୁଝିବା ଆବଶ୍ୟକ l ଯିଏ ଜୀବନରେ ସମୟର ମୂଲ୍ୟକୁ ବୁଝିଚି ସେ କଦାପି ଅସଫଳ ହୋଇ ନଥାଏ l କାରଣ ଯେଉଁ ସମୟ ଥରେ ଗଡି ଯାଇଥାଏ ସେ କଦାପି ଆଉ ଫେରି ନଥାଏ l ତେଣୁ ସମୟର ସଦୁପଯୋଗ କରିବା ଆବଶ୍ୟକ l