Odisha news

ମନମୁଖୀ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ, ଆଗାମୀ ଦିନରେ ଆନ୍ଦୋଳନ କରିବେ ଅଞ୍ଚଲବାସି

0

ଜମନକିରା,୧୦/୫: ଜମନକିରା ବ୍ଲକ୍ ସଦର ମହକୁମାରେ ବିଦ୍ୟୁତ ବିଭାଗ ଦ୍ଵାରା ମନଇଛା ପ୍ରତ୍ୟହ ବିଦ୍ୟୁତ କାଟ ବଢ଼ିବାରେ ଲାଗିଛି। ସରକାର ବିଦ୍ୟୁତକାଟ ବନ୍ଦ କରିବାପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ ବିଭାଗକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିବା ବେଳେ, ଲଗାତାର ବିଦ୍ୟୁତକାଟ ଲୋକଙ୍କୁ ଅତିଷ୍ଟ କରିଦେଲାଣି। ଗୋଟିଏ ପଟେ ରାଜ୍ୟ ସରକାର ଖରାର ପ୍ରଭାବ ଯୋଗୁଁ ସ୍କୁଲ, କଲେଜ ଓ ଅଫିସକୁ ସକାଳ ସମୟରେ କରିଥିବା ବେଳେ ବିଭାଗ ପକ୍ଷରୁ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି। ବିଦ୍ୟୁତ ବାରମ୍ବାର କଣ ପାଇଁ କଟା ଯାଉଛି କହିଲେ କୌଣସି ଅଧିକାରୀ ଜାଣିଙ୍କୁ ଜଣା ନଥିବା କଥା କହୁଛନ୍ତି। କେବଳ ଖଣ୍ଡୋକଟା ମୁଖ୍ୟ ଗ୍ରିଡ ରୁ କଟା ଯାଇଛି ବୋଳି ମନ୍ତବ୍ୟ ଦିଅନ୍ତି। ବିଦ୍ୟୁତ ବିଭାଗ ଯନ୍ତ୍ରୀ ଜମନକିରା ଗ୍ରିଡରେ ରହିବା କଥା, ହେଲେ ସେ ରହୁନାହାନ୍ତି। ସେ କୁଚିଣ୍ଡା ଦୀର୍ଘ ୩୦ କିମି ଦୂରରେ ରୁହନ୍ତି। ନିୟମାନୁସାରେ ଯନ୍ତ୍ରୀ ଗ୍ରିଡ୍ ପାଖାପାଖି ରହିବା କଥା, ମାତ୍ର ୨ ବର୍ଷ ରୁ ଅଧିକ ହେବ ସେ କୁଚିଣ୍ଡା ରୁ ଯାଅ ଆସ କରୁଛନ୍ତି।

ସେଇଟା ପୁଣି ନିୟମିତ ଭାବେ ଆସୁନାହାନ୍ତି। ଫଳରେ କୌଣସି ସମସ୍ୟା ବିଷୟରେ ପଚାରିବାକୁ ହେଲେ ତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ପଡ଼ିଥାଏ। ଜମନକିରା ସଦର ମହକୁମା ଏକ ମୁଖ୍ୟ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ କାର୍ଯ୍ୟଳୟ ଅଛି। ଫଲରେ ଅଞ୍ଚଳର ଅଧିକାଂଶ ଜନସାଧାରଣ ଦୈନନ୍ଦିନ ଜମନକିରାକୁ ନିଜ କାର୍ଯ୍ୟପାଇଁ ଆସିଥାନ୍ତି। ସେହିପରି ଜମନକିରା ସଦର ମହକୁମା ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ବିଗତ କିଛିଦିନ ପୂର୍ବରୁ ବିଦ୍ୟୁତ୍ ବିଭାଗ ଦ୍ଵାରା ବେକେୟା ରାଶି କହି ଲୋକଙ୍କ ଠାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରାଯାଉଛି। ହେଲେ ବର୍ତ୍ତମାନ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ ଯୋଗାଇବା ପାଇଁ କାହା ପାଖରେ ସମୟ ନାହିଁ। ତଳିଆ କର୍ମଚାରୀଠୁ ଧରି ଅନ୍ୟ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଲୁନାହଁ। ଫଲରେ ଆନ୍ଦୋଳନପାଇଁ ଲୋକେ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ପୂର୍ବରୁ ଗାଁର ବହୁ ଯୁବକମାନେ ଗ୍ରିଡକୁ ଯାଇ ବିଦ୍ୟୁତ ଯନ୍ତ୍ରୀ ଓ ଏସଡିଓଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ଓ ଗୁରୁବାର ୫ତାରିଖରେ ଲାଇନ ସମସ୍ୟା ସମାଧାନ ହୋଇଯିବ ବୋଲି ଏସଡିଓ ଆଶ୍ଵାସନା ଦେଇଥିଲେ। ହେଲେ ଅଦ୍ୟବିଧି ତାହା ହୋଇପାରିନାହିଁ। ବିଦ୍ୟୁତ କାଟ ଓ ବିଦ୍ୟୁତ୍ ଯନ୍ତ୍ରୀ ଜମନକିରା ଗ୍ରିଡରେ ସବୁବେଳେ ରହିବା ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଭାଗକୁ ଚେତାବନୀ ଦିଆଯାଇଛି।

Leave A Reply