ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଟାଣ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏ ଭଳି ପରିସ୍ଥିତିରେ ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରୁଛି। ବିଦ୍ୟୁତ ବିଭାଗର ଅଣଦେଖା ଯୋଗୁଁ ବିଦ୍ୟୁତ ଶକ୍ତି ମଧ୍ୟ ଅପଚୟ ହେଉଛି। ନର୍ଲା ଚାରିଛକକୁ ଆଲୋକିତ କରୁଥିବା ବିଦ୍ୟୁତ ଖମ୍ବରୁ ନିରନ୍ତର ଭାବେ ଦିବାରାତ୍ରି ବିଦ୍ୟୁତ ବଲବ ଗୁଡିକ ଜଳୁଛି। ଏ ନେଇ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଘରୋଇ ବିଦ୍ୟୁତ୍ ବିଲ ଆଦାୟ ବେଳେ କମ୍ପାନୀ ଜୁଲୁମ କରୁଥିବା ବେଳେ ବିଦ୍ୟୁତ ବିଭାଗର ଅଫିସ ନିକଟରେ ଏପରି ଦିନବେଳେ ବିଦ୍ୟୁତ ଶକ୍ତି ଅପଚୟ ହେଉଛି। ଏଥିପାଇଁ କାହାରି ନଜର ରହୁ ନ ଥିବା ବେଳେ ଶକ୍ତି ସଞ୍ଚୟ କ୍ଷେତ୍ରରେ ବିଦ୍ୟୁତ ବିଭାଗର ଅବହେଳା ଏଠାରେ ଫୁଟି ଉଠୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।