ନୀଳଗିରି : -ନୀଳଗିରି ତହସିଲ ଅଫିସର ଏକ ନକଲ କପି ପାଇଁ ଜନୈକ ମହିଳା ମାର୍ଚ୍ଚ ମାସରେ ସରକାରଙ୍କ ନୀତିନିୟମ ଅନୁଯାୟୀ ଆବେଦନ କରିଥିଲେ । ମାତ୍ର ମହିଳା ଜଣକୁ ତହସିଲ ଅଫିସର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ଦାସ ବାରମ୍ବାର ଆଜି ଆସ କାଲି ଆସ ବୋଲି କହି ଦିନ ଗଡ଼େଇ ଗଡ଼େଇ ଚାଲିଥିଲେ । ଶୁକ୍ରବାର ଦିନ ଉକ୍ତ ମହିଳା ଜଣକ କିରାଣୀ ଲକ୍ଷ୍ମୀଧର ଦାସଙ୍କୁ ତଥ୍ୟ ଦେବା ପାଇଁ ଅନୁରୋଧ କରିଥଲେ । ମୋ ପାଖରେ ତଥ୍ୟ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେବାରୁଶେଷରେ ମହିଳା ଜଣକ ନୀଳଗିରି ତହସିଲଦାରଙ୍କୁ ଘଟଣା ବାବଦରେ ଅବଗତ କରାଇଲା ପରେ ତତ୍କ୍ଷଣାତ୍ ନକଲ କପି ଦେବା ପାଇଁ କିରାଣୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଦିନ ପ୍ରାୟ ୧୨ ଟା ସମୟରେ ତହସିଲଦାର ଅଶେଷ କୁମାର ନାୟକ ନିଦେ୍ର୍ଦଶ ଦେବା ପରେ ମଧ୍ୟ କପି ନ ପାଇବାରୁ ଶେଷରେ ମହିଳା ଜଣକ ନୀଳଗିରି ତହସିଲ ଅଫିସରେ ଧାରଣାରେ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଦିନ ୧୨ଟା ଠାରୁ ତହସିଲଦାର ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ମହିଳା ଜଣକୁ ନକଲ କପି ପ୍ରଦାନ କରାଯାଇ ପାରି ନ ଥିଲା । ତହସିଲଦାର ଅଶେଷ କୁମାର ନାୟକ ଘଟଣା ବାବଦରେ ଜାଣିଲା ପରେ ସଂଗେ ସଂଗେ ଅଫିସରେ ପହଂଚି ମହିଳା ଜଣକୁ ସମ୍ମାନେ ଗେଟ୍ ଆଗରୁ ଉଠାଇ ୧୦ମିନିଟ୍ ମଧ୍ୟରେ ମାଗିଥିବା ନକଲ କପି ପ୍ରଦାନ କରି ନିଜର ମାନବିକତା ଦେଖାଇବା ସାଧାରଣରେ ବେଶ ଚର୍ଚ୍ଚା ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ଆଜିମାବାଦ ଅଂଚଳର ବିକ୍ରମନନ୍ଦ ମହାନ୍ତିଙ୍କ ପ୍ରଥମ ସ୍ତ୍ରୀ ରଂଜିତା ଦାସ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବା ବେଳେ ଏ ନେଇ ରଂଜିତା ଦାସ ବାଲେଶ୍ୱର ଫେମିଲି କୋର୍ଟରେ ଭରଣପୋଷଣ ପାଇଁ ମାମଲା ଦାଏର କରିଥିବା ବେଳେ ସ୍ୱାମୀଙ୍କ ନାମରେ ନୀଳଗିରି ତହସିଲରେ ବାଲି ଖାଦାନ ଅଛି କି ନାହିଁ ବୋଲି ସୂଚନା ଆଇନ ବଳରେ ତଥ୍ୟ ମାଗିଥିଲେ । ଉକ୍ତ ଆଇନ ବଳରେ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି ବଡ଼ବାବୁ ମନା କରିଦେବାରୁ ଆପଣ ନିୟମ ଅନୁଯାୟୀ ଦରଖାସ୍ତ କରି ମାଗନ୍ତୁ ବୋଲି କହିଥିଲେ । ସମସ୍ତ ସରକାରୀ ନିୟମ ଅନୁଯାୟୀ ଆବେଦନ କରିଥିଲେ ମଧ୍ୟ ଆଜକୁ ୪ମାସ ଧରି ତଥ୍ୟ ଦେଉ ନ ଥିଲେ । ଶେଷରେ ବଡ଼ବାବୁଙ୍କ ମନ୍ଦ ଉଦେ୍ଦଶ୍ୟକୁ ତହସିଲଦାର ଅଶେଷ ନାୟକ ବୁଝିପାରି ସମସ୍ତ ତଥ୍ୟ ମହିଳା ଜଣକୁ ପ୍ରଦାନ କରିଥିବା ବେଳେ ବଡ଼ବାବୁଙ୍କୁ ଘଟଣାର କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଘଟଣା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବାର ତହସିଲଦାର ସୂଚନା ଦେଇଛନ୍ତି