ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ହୋଇଥିଲା । ଭିଷଣ ବେଗରେ ପବନ ବହିବାରୁ ଅନେକ ସ୍ଥାନରେ ଲୋକଙ୍କ ଘରଦ୍ୱାର ଉଡ଼େଇ ନେଇଥିବା ବେଳେ ଶରଣକୁଳ ଲଡ଼ୁବାବାଙ୍କ ମନ୍ଦିର ନିକଟସ୍ଥ ମାର୍କେଟ କମ୍ପ୍ଳେକ୍ସ ବ୍ୟାପକ କ୍ଷତି ଘଟାଇଛି । ଶରଣକୁଳ ଓ ତାର ଆଖପାଖ ଗାଁ ମାନଙ୍କରେ ଶତାଧିକ ଚାଳଛପର ଘର ଉଡ଼ିଯାଇଛି । କେତେକେ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡ଼ି ଘର ଓ ଲୋକଙ୍କ ଯାନବାହନ ନଷ୍ଠ କରିଥିବା ଖବର ହସ୍ତଗତ ହୋଇଛି । ନୟାଗଡ଼ ସଦରମହକୁମାରେ ମଧ୍ୟ କାଳବୈଶାଖୀ ଝଡ଼ ତୋଫାନର ପ୍ରଭାବ ଦେଖା ଯାଇଥିଲା । କାଳବୈଶାଖୀ ପ୍ରଭାବରେ ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଘୂର୍ଣ୍ଣିଝଡ଼ ପ୍ରବଭାବରେ କେତେକେ ପରିବାର ବାସହୀନ ହୋଇଛନ୍ତି । ଓଡ଼ଗାଁ ବ୍ଲକ ଅଞ୍ଚଳରେ ଝଡ଼ ଭୟାବହତା ଉପଲବ୍ଧ ହୋଇଥିବା ବେଳେ ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିବା ଖବର ମିଳିଛି । କ୍ଷୟ କ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ତହସିଲ କାର୍ଯ୍ୟଳୟ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।