ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ଗରୀବ ଜନ ସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବ୍ୟାପକ ଅନୀୟମିତତା ସାଙ୍ଗକୁ ରିଟେଲର ଓ ବ୍ଳକ କତୃପକ୍ଷଙ୍କ ମିଳିତ ସଲାସୁତୁରାରେ ପିଡିଏସ ସାମଗ୍ରୀ ହଡପ ହେବା ନେଇ ହୋଇଆସୁଥିବା ଅଭିଯୋଗର ପ୍ରମାଣ ମିଳିଛି! ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡେପୁଟି କଲେକ୍ଟରଙ୍କ ଦ୍ୱାରା ଏହି ଘଟଣାର ସରଜମିନ ତଦନ୍ତ ହେବାପରେ ରିଟେଲରଙ୍କ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ହଡପ ହୋଇଥିବା ଧରାପଡିଛି! ଏହା ଜଣାପଡିବା ପରେ ଯାଜପୁର ଉପ ଜିଲ୍ଲାପାଳ ବଡଚଣା ବ୍ଳକର ଶାଳପଡା ପଞ୍ଚାୟତ ପିଡିଏସ ବଣ୍ଟନ ଦାୟିତ୍ବରେ ଥିବା ରିଟେଲରଙ୍କୁ କାରଣ ଦର୍ଶାଅ ନୋଟିସ ଦେବାସହ ତାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦକରାଯାଇ ଦାୟିତ୍ୱରୁ ହଟାଇ ବାଦିଆଯାଇଛି ! ଶାଳପଡା ପଞ୍ଚାୟତ ଉପଭୋକ୍ତାଙ୍କୁ ପିଡିଏସ ସାମଗ୍ରୀ ଯୋଗାଣ ଦାୟିତ୍ବରେ ଥିବା ଦର୍ପଣ ପଞ୍ଚାୟତ କୋଲସାହିର ରିଟେଲର ଅକ୍ଷୟ କୁମାର ପଣ୍ଡା ଶାଳପଡାର ଉପଭୋକ୍ତା ମାନଙ୍କୁ ସାମଗ୍ରୀ ନଦେଇ ହଡପ କରିବା ଓ ବଣ୍ଟନରେ କ୍ରମାଗତ ଭାବେ ବ୍ୟାପକ ଅନୀୟମିତତା କରୁଥିବାନେଇ କେତେକ ଉପଭୋକ୍ତା ବାରମ୍ବାର ବଡଚଣା ବ୍ଳକ ଯୋଗାଣ ଅଧିକାରୀ ଓ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏଥିନେଇ କର୍ନପାତ କରି ନଥିଲେ! ଶେଷରେ ଲୋକେ ଗତ ତା ୨୦.୧୨.୨୦୨୧ ରିଖ ଦିନ ଯାଜପୁର ଜିଲ୍ଲାପାଳଙ୍କୁ ଶାକ୍ଷତ କରି ଅଭିଯୋଗ ପତ୍ର ଦାଖଲ କରିଥିଲେ! ଏହି ଘଟଣାକୁ ଗୁରୁତ୍ୱଦେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ! ଡେପୁଟି କଲେକ୍ଟର ଏହିଘଟଣାର ସରଜମିନ ତଦନ୍ତକରି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନୀୟମିତତା ଓ ରିଟେଲରଙ୍କ ଦ୍ୱାରା ପିଡିଏସ ସାମଗ୍ରୀ ହଡପ ହୋଇଥିବା ନେଇ ପ୍ରମାଣ ପାଇବାପରେ ତା ୨୫.୧.୨୦୨୨ରେ ତାଙ୍କ ରିପୋର୍ଟ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ! ଏହି ରିପୋର୍ଟ ମିଳିବାପରେ ଯାଜପୁର ଉପ ଜିଲ୍ଲାପାଳ ଗତ ତା ୨୭.୪.୨୦୨୨ରେ ପତ୍ର ସଖ୍ୟା ୩୩୨ରେ ସପୃକ୍ତ ରିଟେଲର ଅକ୍ଷୟ ପଣ୍ଡାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରିବାସହ ତାଙ୍କ ନାମରେ ପିଡିଏସ ସାମଗ୍ରୀ ଯୋଗାଣକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାସହ ଏବେଠାରୁ ଲୋକମାନଙ୍କୁ ପ୍ରତିମାସରେ ନିୟମିତ ସାମଗ୍ରୀ ବଣ୍ଟନ ପାଇଁ ପାଖ ରିଟେଲରଙ୍କ ନାମରେ ସାମଗ୍ରୀ ପ୍ରଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି! ଏହି ଘଟଣାପରେ ବ୍ଳକ ପ୍ରଶାସନର ସଲାସୁତୁରାରେ ବଡଚଣା ବ୍ଳକରେ ଦୀର୍ଘ ଦିନଧରି ପିଡିଏସ ସାମଗ୍ରୀ ବଣ୍ଟନରେ ହୋଇ ଆସୁଥିବା ଅନୀୟମିତତା ଧରାପଡିଥିବାରୁ ପୂର୍ବରୁ ହୋଇଆସିଥିବା ସମସ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି