Odisha news

ପୁତିନ୍ ଙ୍କ ର ‘ଅପରେସନ ବ୍ଲାକ ଆଉଟ୍ ‘ କଣ ?

0
ନୂଆଦିଲ୍ଲୀ : ରୁଷ ୟୁକ୍ରେନ ଯୁଦ୍ଧ କୁ ଇତି ମଧ୍ୟରେ ୭୦ ଦିନ ହୋଇ ଯାଇଛି । ରୁଷ ଅଟକି ବାକୁ ନାରାଜ ତ ୟୁକ୍ରେନ ନାଇଁବକୁ ନାରାଜ । ତେଣୁ ୟୁକ୍ରେନ କୁ ହରାଇବା ପାଇଁ ରୁଷ ଗୋଟିଏ ପ୍ଲାନ୍ ପ୍ରସ୍ତୁତ କରିଛି । ରୁଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁତିନ୍ ବର୍ତ୍ତମାନ୍ ଅପରେସନ ବ୍ଲାକ ଆଉଟ୍ ରୁ ନିଜର ବିଜୟ ଅଭିଯାନ କରିବାକୁ ଯାଉଛନ୍ତି ।
ବିଶେଷ ଭାବରେ ଦେଖିବାକୁ ଗଲେ ପୁତିନ୍ ୨ଟି ସ୍ଥାନରେ ୟୁକ୍ରେନ ରେ ଆକ୍ରମଣ ଜାରୀ ରଖିଛନ୍ତି , ଗୋଟିଏ ହେଉଛି ରେଲୱେ ଷ୍ଟେସନ ଓ ଅନ୍ୟଟି ହେଲା ବିଜୁଳି ଗୃହ, କିନ୍ତୁ ପ୍ରଶ୍ନ ଏହା ଉଠୁଚି ଯେ ପୁତିନ୍ କାହିଁକି ୟୁକ୍ରେନ ରେ ଅନ୍ଧାର କରିବାକୁ ଚାହୁଁଛନ୍ତି, କଣ ରହିଛି ଏହା ପଛର କାରଣ । କିପରି ୟୁକ୍ରେନ କୁ ଅନ୍ଧାର କରି ବିଜୟ ଲାଭ କରିବ । ଏହା ସୂଚନା ଯୋଗ୍ୟ ଯେ ୟୁନାଇଟେଡ କିଙ୍ଗଡମ ୫୭୦ ଜେନେରେଟରସ କୁ ୟୁକ୍ରେନ ପଠାଇଛି । ୟୁକ୍ରେନ କୁ ନୁଆଁଇବା ପାଇଁ ପୁତିନ୍ ଏପରି ଗୋଟିଏ ପ୍ଲାନ୍ କରିଛନ୍ତି , ଯାହା କି ଯଦି ଚାଲିଯିବ ତେବେ ପୁତିନ୍ ସଫଳତା ପାଇ ଯିବେ ।
ଏପରିକି ରୁଷ ୟୁକ୍ରେନ ରେ ସମସ୍ତ ଖାଦ୍ୟ ଗୋଦାମ ଗୁଡ଼ିକୁ ମଧ୍ୟ ନଷ୍ଟ କରିବାକୁ ପଛାଉ ନାହିଁ । ଏହାଛଡା ୟୁକ୍ରେନ ର କେମିକାଲ ପ୍ଲାଣ୍ଟ ଗୁଡ଼ିକୁ ମଧ୍ୟ ନଷ୍ଟ କରିଦେବାର ଲାଗିଚି । ରୁଷ ର ରକ୍ଷା ମନ୍ତ୍ରୀ ଇତି ମଧ୍ୟରେ ନାଟୋ ଦେଶ ଗୁଡ଼ିକୁ ଚେତାଇ ଦେଇଛନ୍ତି ଯେ ଯଦି ନଟୋ ଦେଶ ଗୁଡ଼ିକ ୟୁକ୍ରେନ କୁ ଅସ୍ତ୍ରଶସ୍ତ୍ର ଯୋଗାଇବେ ତେବେ ଉକ୍ତ ଅସ୍ତ୍ରଶସ୍ତ୍ର ଗାଡ଼ି ଗୁଡ଼ିକୁ ରୁଷ ଆକ୍ରମଣ କରିବାକୁ ପଚାଇବା ନାହିଁ । କିନ୍ତୁ ଆମେରିକା ଓ ନେଟ ଦେଶ ଗୁଡିକ ଏହା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ଆମେରିକା ପକ୍ଷରୁ ୟୁକ୍ରେନ କୁ ବିଭିନ୍ନ ଧରଣର ଟ୍ୟାଙ୍କ ଯୋଗାଇବାରେ ଲାଗିଛି । ଯାହା ପାଇଁ ବିଜୁଳି ଆପୂର୍ତୀ ଆବଶ୍ୟକ । ଏହାକୁ ଆଖି ଆଗରେ ରଖି ରୁଷ ସମସ୍ତ ପାୱାର ଷ୍ଟେସନ ଉପରେ ଆକ୍ରମଣ କରି ଚାଲିଛି ।
Leave A Reply