ଗୋପ : ବ୍ଲକ ଅଧକ୍ଷଙ୍କ ନିଜପଞ୍ଚାୟତ ଗଣେଶ୍ୱରପୁର ପଞ୍ଚାୟତରେ ମନେରେଗା କାର୍ଯ୍ୟ ଜେସିବି ରେ ଶୁଭାରମ୍ଭ ହୋଇଥିବା ବେଳେ ବ୍ଲକ୍ରର ମହଲପଡା, ବଉଲାଙ୍ଗ ପ୍ରଭୁତି ଏକାଧିକ ପଞ୍ଚାୟତ ରେ କାମ ଚାଲିଛି।ରାଜ୍ୟରେ ପୁରୀ ଜିଲ୍ଲା ଗୋପ ବ୍ଲକରେ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନିତି ହେଉଥିବା ଅଭିଯୋଗ ହେଉଛି ।ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଶ୍ରମିକ ବଦଳରେ ମେସିନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳୁଛି । ଏପରିକି ଅନେକ ପ୍ରକଳ୍ପର କାର୍ଯ୍ୟକୁ କେବଳ କାଗଜ କଲମରେ ସୀମିତ ରଖାଯାଇ କୋଟି କୋଟି ଟଙ୍କା ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ପଞ୍ଚାୟତରାଜ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ଦସ୍ତରରେ ବାରମ୍ବାର ଅଭିଯୋଗ ହେଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ଏପରିକି ଲୋକାଉକ୍ତ ଓ ଭିଜିଲାନ୍ସ ବିଭାଗରେ ମଧ୍ୟ ମାମଲା ରୁଜୁ ହୋଇଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଗୋପ ବ୍ଲକର କେତେକ ଅସାଧୁ ସ୍ଵାର୍ଥ ନ୍ୱେଷୀ ଅଧିକାରୀ , କର୍ମଚାରୀ , ଜନପ୍ରତିନିଧି ଏବଂ ରାଜନେତା ମାନଙ୍କ ପାଇଁ ସରକାରଙ୍କ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି ।
ବିଶେଷ କରି ମନରେଗା ଯୋଜନା ଦାୟିତ୍ୱ ରେ ରହିବ ପୋଗ୍ରାମ ଅଫିସର ମୋନାଲିସା ଶତପଥୀ ଦୀର୍ଘ ବାର ବର୍ଷଧରି ଗୋପ ବ୍ଲକରେ ରହି ନିଜର ଆଧିପତ୍ୟ ବିସ୍ତାର କରିରହିଥିବାରୁ ଯୋଜନା ବାଟବଣା ହେଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି।ତେବେ ଏହି ଅଧିକାରୀଙ୍କ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ବାହୁ ଛାୟାତଳେ ରହି ନିଜ ବଦଳିକୁ ରଫା ଦଫା କରି ନିଜର କାୟା ବିସ୍ତାର କରିଛନ୍ତି।ମନରେଗା ଯୋଜନାରେ ବିଭିନ୍ନ ରାସ୍ତା ଘାଟ ଠାରୁ ଆରମ୍ଭ କରି ପୋଖରୀ , ପାର୍କ , ଖେଳ ପଡିଆ ଆଦି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି ।
କୋଟି କୋଟି ଟଙ୍କା ବ୍ୟୟ ବରାଦରେ ଏହି କାର୍ଯ୍ୟ ହେବାକୁ ଥିବା ବେଳେ ଶ୍ରମିକଙ୍କ ବଦଳରେ ଟ୍ରାକ୍ଟର , ଜେସିବି ମେସିନ ଦ୍ୱାରା ପ୍ରତ୍ୟକ ପଞ୍ଚାୟତରେ କୋଟି କୋଟି ଟଙ୍କାର କାର୍ଯ୍ୟ କରି ବେଶ ମାଲାମାଲା ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ କେତକ ପଞ୍ଚାୟତରେ ବାହାରୁ ଆସିଥିବା ପ୍ରବାସୀମାନଙ୍କୁ ନିଜ ନିଜ ଅଞ୍ଚଳରେ ମନରେଗା କାର୍ଯ୍ୟ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛି ଗୋପ ବ୍ଲକ ପ୍ରଶାସନ । ଗୋଟିଏ ଗୋଟିଏ ପୋଖରି ଏବଂ ଅନ୍ୟ କେତକ ପ୍ରକଳ୍ପକୁ ବାରମ୍ବାର କାଗଜ କଲ ମରେ ଦର୍ଶାଇବା ସହ ମାଷ୍ଟର ରୋଲରେ ମିଥ୍ୟା ବିଲ୍ କରି ମନରେଗା ଅର୍ଥ ହଡପ କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଜଣାପଡିଛି । ଏ ସଂପର୍କରେ ବିଡିଓ ଦୀପ୍ତିରଣୀ ଦାଶଙ୍କୁ ପଚାରିଲେ ସେ କହିଛନ୍ତି ଯଦି ମେସିନ ଦ୍ୱାରା ମନରେଗା ଯୋଜନାର କୌଣସି କାର୍ଯ୍ୟ କରାଯାଇଥାଏ ତେବେ ତଦନ୍ତ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।