Odisha news

ଗଛ ଡାଳପଡି ଅଟୋ ଚାଳକର ମୃତ୍ୟୁ

0

ଭଞ୍ଜନଗର — ଅଟୋରେ ଯାତ୍ରୀ ନେଇ ଯାଉଥିଲେ । ରାସ୍ତା କଡ଼ରେ ଅଟୋ ରଖି ,  ନିକଟସ୍ଥ ମନ୍ଦିରରେ ମୁଣ୍ଡିଆମାରି ଆସିଲେ । ଗଛତଳେ ଠିଆ ହୋଇଥିଲେ । ହେଲେ ସେ ଜାଣିନଥିଲେ , ତାଙ୍କ ମୁଣ୍ଡ ଉପରେ ମୃତ୍ୟୁ ଝୁଲି ରହିଛି ବୋଲି । ଆକାଶରେ ଝଡ-ପବନ ବି ନଥିଲା । ହଠାତ୍ ଗଛ ଉପରୁ ଏକ ବିରାଟକାୟ ଡାଳ ଖସିପଡିଲା ମୁଣ୍ଡ ଉପରେ  । ଦି’ଫାଳ ‌‌ହୋଇଗଲା ମୁଣ୍ଡ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଲା । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗାଁ  ନିକଟରେ ଘଟିଛି ଏଭଳି ଲୋମହର୍ଷଣ ଘଟଣା । ମୃତ ଅଟୋ ଚାଳକ ଜଣକ ,ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ହରିଗଡ ଗ୍ରାମର ନିଳମଣି ସାହୁ ।

ଏହି ଘଟଣା ଶୁକ୍ରବାର ସକାଳ ୧୧ଘ: ସମୟରେ ଘଟିଛି। ଖବର ଅନୁସାରେ , ହରିଗଡ ଗ୍ରାମର ନିଳମଣି ସେହି ଗ୍ରାମର  କିଛି ଲୋକଙ୍କୁ ଅଟୋରେ ଧରି , ଗୁଜୁରାଳି ଗ୍ରାମ ନିକଟରେ ଥିବା ପାଟଖଣ୍ଡା ମନ୍ଦିରରୁ ଦର୍ଶନ କରିବାକୁ ଆସିଥିଲେ ।  ନିଳମଣି ମନ୍ଦିର ନିକଟରେ ଥିବା କାକପୋଇ ଗଛ ତଳେ ରହି ଫୋନରେ କଥାବାର୍ତ୍ତା ହେଉଥିବା ସମୟରେ ଗଛର , ଏକ ବିରାଟ ଡାଳ ହଠାତ୍  ଛିଣ୍ଡି , ନିଳମଣିଙ୍କ ମୁଣ୍ଡ ଉପରେ ପଡିବା ଫଳରେ , ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ  , ସେହି ସ୍ଥାନରେ ପହଞ୍ଚି ନିଳମଣିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ସେହି ଗଛରେ କିଛି ମହୁମାଛି  ବାହାରି ସେଠାରେ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ । ଫଳରେ ଲୋକେ ସେଠାରୁ , ଛତ୍ରଭଙ୍ଗ ଦେଇଥିଲେ ।ଏହି ଘଟଣା ବିଷୟରେ ଭଞ୍ଜନଗର ଥାନା ଅଧିକାରୀଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଭଞ୍ଜନଗର ପଲିସ ପହଞ୍ଚି , ମୃତ ନିଳମଣିର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ , ଭଞ୍ଜନଗର ଡାକ୍ତରଖାନାରେ ଥିବା ବ୍ୟବଛେଦ ଗୃହକୁ ପଠାଇଥିଲେ ।ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସନଂ ୧୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ନେଇ ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି ।

Leave A Reply