Odisha news

ତାଳଚେର : ମୋ ସରକାର ଗୃହ ସାଜିଛି ଗୋଦାମ ଘର

0

ତାଳଚେର ତା ୦୬୯/୦୫ ତାଳଚେର ପୌରପରିଷଦ କାର୍ଯ୍ୟାଳୟକୁ ୨୧ଟି ୱାର୍ଡ଼ର ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଆସିଥାନ୍ତି । ଏଥିପାଇଁ ମୋସରକାର ପକ୍ଷରୁ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ନିମନ୍ତେ କାର୍ଯ୍ୟାଳୟ ମଧ୍ୟରେ ଏକ ପ୍ରକୋଷ୍ଠ ଅବସ୍ଥିତ । ମାତ୍ର ବିଡ଼ମ୍ବନାର ବିଷୟ ଏହି ପ୍ରକୋଷ୍ଠଟିରେ ଏବେ ପୌରପରିଷଦ କାର୍ଯ୍ୟାଳୟର କୌଣସି କର୍ମଚାରୀ ବସୁନଥିବା ବେଳେ ସେହି ପ୍ରକୋଷ୍ଠଟି ଏବେ ଗୋଦାମ ଘର ସାଜିଥିବା ଅଭିଯୋଗ ହୋଇଛି । ଯେଉଁ ଉଦ୍ଦେଶ୍ୟରେ ଏହା ଉଦ୍ଦିଷ୍ଟ ତାହା ନହୋଇ ପାରିବାରୁ ୱାର୍ଡ଼ରୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ପ୍ରକୋଷ୍ଠଟି କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?

Leave A Reply