Odisha news

ଚାଣକ୍ୟ ନୀତି : ପିତା ମାତା ମାନେ ନିଜ ସନ୍ତାନ ମାନଙ୍କ ଆଗରେ କରନ୍ତୁ ନାହିଁ ଏହିସବୁ ଭୁଲ୍, ପିଲା ମାନଙ୍କ ଉପରେ ପଡିପାରେ ଖରାପ୍ ପ୍ରଭାବ

0
ପ୍ରତିଟି ମାତା ପିତା ନିଜ ସନ୍ତାନ ଙ୍କୁ ସର୍ବଦା ଗୋଟିଏ ଭଲ ମଣିଷ କରିବା ପାଇଁ ଇଚ୍ଛା ରଖି ଥାଆନ୍ତି । ଯାହା ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିଥାଏ । କିନ୍ତୁ ଚାଣକ୍ୟ ଙ୍କ ନୀତି ଅନୁସାରେ ସମୟ ସମୟ ରେ ପିତାମାତା ଙ୍କ ର ଏପରି କିଛି ଗୁଣ ଥାଏ ଯାହା ସନ୍ତାନ ମାନଙ୍କ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ ଓ ପିଲା ମାନଙ୍କୁ ଅବାଟ କୁ ନେଇ ଯାଇଥାଏ ।
ଆଜିର ଚାଣକ୍ୟ ନୀତିରେ ଏହା ବିଶ୍ଳେଷଣ ହୋଇଛି ଯେ ପିତା ମାତା ନିଜ ସନ୍ତାନ ସମ୍ମୁଖରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।
* ସନ୍ତାନ ମାନଙ୍କ ସାମ୍ନାରେ ମିଛ କହିବା ଉଚିତ୍ ନୁହେଁ -:
ପିତା ମାତା କଦାପି ନିଜ ପିଲା ମାନଙ୍କ ସାମ୍ନା ରେ ମିଛ କହିବା ଉଚିତ୍ ନୁହେଁ । ଯଦି ପିଲାମାନେ ଆପଣଙ୍କ ମିଛ କୁ ଜାଣିଲେ ତେବେ ଏହାର ଖୁବ୍ ପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ପଡ଼ିବ । ଆଗକୁ ପିଲା ମାନଙ୍କ ଭବିଷ୍ୟତ ଉପରେ ମଧ୍ୟ ପଡିପାରେ ।
* ଆଦର ଓ ସମ୍ମାନ କରିବା ଉଚିତ୍ –
ପିତା ମାତା ଉଭୟ ଉଭୟଙ୍କ ର ଆଦର ଓ ସମ୍ମାନ କରିବା ଆବଶ୍ୟକ । ତା ସହିତ ଘରର ଗୁରୁଜନ ମାନଙ୍କୁ ମଧ୍ୟ ଆଦର ସମ୍ମାନ କରିବା ଆବଶ୍ୟକ । ନଚେତ୍ ଏହାର ପ୍ରଭାବ ସନ୍ତାନ ମାନଙ୍କ ଉପରେ ପଡିଥାଏ ।
* କାହାର ଅପମାନ କରନ୍ତୁ ନାହିଁ –
ଯଦି ପିତାମାତା ନିଜ ମଧ୍ୟରେ ଝଗଡ଼ା ଲାଗି ଉଭୟ ଉଭୟ ଙ୍କୁ ଅପମାନିତ କରୁଛନ୍ତି ଏହା ଠିକ୍ ନୁହେଁ । ଏହାର ପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ପଡିଥାଏ । ଏହା ଗୋଟିଏ ପିଲାକୁ ଠିକ୍ ଭାବରେ ଗଢି ପାରି ନଥାଏ ।
Leave A Reply