Odisha news

ବାସେଲି ସାହି ଥାନା ଓ ଏସଟିଏଫ ଦ୍ଵାରା ୨୫୫ ଗ୍ରାମ ବ୍ରାଉନ ସୁଗାର : ନଗଦ ୨୧୦୦ ଟଙ୍କା, ୪ ମୋବାଇଲ ଫୋନ, ୧ ଟାଟା ଇଣ୍ଡିଗୋ କାର, ୩ ଗୋଟି ବାଇକ ଜବତ, ବ୍ରାଉନ ସୁଗାର ମାଫିଆ ଅମୂଲ୍ୟ ସମେତ ୪ ଗିରଫ

0
ପୁରୀ: ବାସେଲି ସାହି ଥାନା ପୋଲିସ ଓ ସ୍ପେଶାଲ୍ ଟାସ୍କ ଫୋର୍ସ ପକ୍ଷରୁ ଆଜି ମିଳିତ ଭାବେ ଚଢାଉ କରାଯାଇ ମଙ୍ଗଳାଘାଟ ସ୍ଵରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟସ୍ଥ କଲ୍ୟାଣୀ ମଣ୍ଡପ ନିକଟରୁ ପୋଲିସ ଜିଲ୍ଲା ବାହାରର ଜଣେ ବ୍ରାଉନ ସୁଗାର ମାଫିଆ ସମେତ ନିଶା ବେପାର କରୁଥିବା ଏକ ଚାରି ଜଣିଆ  ଗ୍ୟାଙ୍ଗକୁ ଗିରଫ କରି କୋର୍ଟ କରିଛି। । ଏହି ନିଶା ବେପାରୀଙ୍କ ନିକଟରୁ ପୋଲିସ ୨୫୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି ।   ଗିରଫ ହୋଇ ଥିବା ଅଭିଯୁକ୍ତମାନଙ୍କ ପରିଚୟ ହେଲା ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ସପନପୂରର ବ୍ରାଉନ ସୁଗାର ମାଫିଆ ତଥା ସପ୍ଲାଅର ଅମୂଲ୍ୟ କୁମାର ସ୍ବାଇଁ (୫୨), ବାସେଳି ସାହି ଥାନା ଅଧୀନ ଜଗନ୍ନାଥ ନଗର ବସ୍ତିର ରାଜା ସିଂ(୨୮), ଚନ୍ଦନ ସିଂ(୨୭), ମାର୍କଣ୍ଡେଶ୍ୱର ସ୍ୱର ସାହି ହରିଜନ ବସ୍ତିର ଗୁଡୁ ନାୟକ (୫୨)।  ଅଭିଯୁକ୍ତ ମାନଙ୍କ ଠାରୁ
ଜବତ ହୋଇ ଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଗୁରୁବାର ଅପରାହ୍ନରେ ବାସେଳି ସାହି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା। ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ପୁରୀ ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚାଲିଛି । ଜିଲ୍ଲା ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଆରମ୍ଭ ହୋଇଛି। ସହରକୁ ଅପରାଧ ମୁକ୍ତ ଓ ନିଶା ମୁକ୍ତ ରଖିବା ପୋଲିସର ହେଉଛି ଦାୟିତ୍ଵ।
ଆଜି ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ସପନପୂର ଅଞ୍ଚଳର ଅମୂଲ୍ୟ କୁମାର ସ୍ବାଇଁ ନାମକ ଜଣେ ବ୍ରାଉନ ସୁଗାର ମାଫିଆ ଏକ ଟାଟା ଇନ୍ଦିଗୋ କାରରେ ପୁରୀ ମଙ୍ଗଳାଘାଟ ନିକଟସ୍ଥ ସ୍ୱରେଜ୍ ଟ୍ରୀଟମେଣ୍ଟ ପ୍ଲାଣ୍ଟ  କଲ୍ୟାଣୀ ମଣ୍ଡପ ନିକଟକୁ କିଛି ନିଶା ବେପାରୀଙ୍କୁ ବ୍ରାଉନ ସୁଗାର ବେପାର  କରିବା ପାଇଁ ଆସିଛି। ଉକ୍ତ ତଥ୍ୟ ଆଧାରରେ ବାସେଳି ସାହି ଥାନା ଇନ୍ସପେକ୍ଟର କୁଳମଣି ସେଠୀ ଓ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଅତର୍କିତ ଭାବେ ଚଢ଼ାଉ କରି ଥିଲେ। ଚଢ଼ାଉ ବେଳେ ପୋଲିସକୁ ଦେଖି ଅଭିଯୁକ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇ ଥିଲା। ଏନେଇ ପୋଲିସ ବାସେଲି ସାହି ଥାନାରେ କେଶ ନମ୍ବର ୧୦୩/୨୨ କ୍ରମେ ଏନଡିପିଏସ ଆଇନର ଦଫା ୨୧(ସି) ବଳରେ ଏକ ମାମଲା ରୁଜୁ କରି ଛି। ପୋଲିସ ଆଜି ଚାରି ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ କରିଛି। ୨୦୨୨ ଜାନୁଆରୀ ମାସରୁ ଆଜି ସୁଦ୍ଧା ଗତ ଚାରି ମାସ ମଧ୍ୟରେ ପୋଲିସ ୧ କେଜି ୬୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ବଜାର ଦର ୧ କୋଟି ୬୦ ଲକ୍ଷରୁ ଉର୍ଦ୍ଧ ହେବ।
ବ୍ରାଉନ ସୁଗାର କାରବାର ଅଭିଯୋଗରେ ପୋଲିସ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିଶା ବ୍ୟବସାୟ କରି ଅନୈତିକ ଉପାୟରେ ଅର୍ଥ ରୋଜଗାର କରିଥିବା ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅଧୀନ ରାଜସୁନାଖଳା ଗ୍ରାମର ବ୍ରାଉନ ସୁଗାର ନିଶା ମାଫିଆ ଅନୁ ଓରଫ ଅନିରୁଦ୍ଧ ଜୟ ସିଂର ୯୪ ଲକ୍ଷ ଟଙ୍କାର ସ୍ଥାବର ସ୍ଥାବର ସମ୍ପତି ଜବତ କରିଛି। ଯାହାକୁ କଲିକତାର କମ୍ପିଟେଣ୍ଟ ଅଧିକାରୀ ଅନୁମୋଦନ କରିଛନ୍ତି। ନିଶା କାରବାର ସମ୍ପର୍କରେ ଜଣାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୭୭୩୫୮୪୮୮୬୭ ନାମକ ଏକ ସ୍ବତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଯେ କୌଣସି ବ୍ୟକ୍ତି ଚାହିଁଲେ ଏହି ହେଲ୍ପ ଲାଇନ ନମ୍ବରରେ ପୋଲିସକୁ ସୂଚନା ଦେଇ ପାରିବେ। ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରି ଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ସହ ଉପଯୁକ୍ତ ପୁରସ୍କାର ପ୍ରଦାନ କରା ଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଅତିରିକ୍ତ ଏସପି ଶ୍ରୀ ପଣ୍ଡା।
Leave A Reply