Odisha news

ଚାଷିଙ୍କୁ କୃଷି ଉପକରଣ ବାଂଟିଲା ଜେଏସ୍ଡବ୍ଲୁ ସିମେଂଟ କାରଖାନା

0

ଦାନଗଦି ; କଳିଙ୍ଗନଗର ଶିଳ୍ପାଂଚଳର ଜେଏସ୍ଡବ୍ଲୁ ସିମେଂଟ କାରଖାନା ପକ୍ଷରୁ ଜଖପୁରା ପଂଚାୟତ କାର୍ଯ୍ୟାଳୟ ଠାରେ ଚାଷି ମାନଙ୍କୁ ଚାଷ ଉପକରଣ ବଂଟନ କରାଯାଇଛି । ମା ହିଙ୍ଗୁଳା ଫାର୍ମର୍ସ ଗୃପର ବିବେକାନନ୍ଦ ମହାନ୍ତି,ଭିକାରୀ ଚରଣ ନାୟକ,ପରିକ୍ଷିତ ବଟ,ଚୈାଧୁରୀ ବେହେରା,ରବିନ୍ଦ୍ର ମଲ୍ଲିକ,ବାବାଜି ସାମଲ,ଧୀରେନ୍ଦ୍ର କୁମାର ସିଅ ପ୍ରମୁଖ ଏହି ଚାଷି ଉପକରଣ ସବୁକୁ ଗ୍ରହଣ କରଥିଲେ । ଉପକରଣ ଗୁଡିକ ମଧ୍ୟରେ ରହିଛି ୩ ଟି ପାୱାର ଟିଲର,୨ ଟି ପାୱାର ଓି୍ୱଡର,୬ ଟି ୱାଟର ପମ୍ପ । ଯାହାର ମୂଲ୍ୟ ଆନୁମାନିକ ଭାବେ ୯ ଲକ୍ଷ ଟଙ୍କା ହେବ । ଏହି କାର୍ଯ୍ୟକ୍ରମରେ ଜଖପୁରା ପଂଚାୟତ ସରପଂଚ ଅରୁଣଜୈାତି ସାମଲ, କାରଖାନାର ନିର୍ମଳ ଭଟ୍ଟ,ଆର୍ଭି କାର୍ତିକ,ଜେ ରେଡ୍ଡି,ଅନୁପମା ମିଞ,ରାଜଲକ୍ଷ୍ମୀ ମଲ୍ଲିକ,ମନୋଜ ମହାନ୍ତ,ରତ୍ନଦିପ୍ ସାହା ପ୍ରମୁଖ ଉପସ୍ଥିତ ଥିଲେ । କୃଷି ଓ କୃଷକର ଉନ୍ନତି ପାଇଁ ସିଏସଆର ଅର୍ଥରେ ଏହି ଚାଷ ଉପକରନ ସବୁ ଚାଷିମାନଙ୍କୁ ପ୍ରଦାନ କରାଯାଇଥିବା କାରଖାନା ପକ୍ଷରୁ କୁହାଯାଇଛି । (ଫଟୋ)

Leave A Reply