Odisha news

ଯଦି ନିଜ ଘରେ ଲାଫିଂବୁଦ୍ଧl ରଖିଛନ୍ତି ତେବେ ଏହିସବୁ କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ, ନଚେତ୍ ହୋଇପାରେ ଅନର୍ଥ

0
ବାସ୍ତୁ ଶାସ୍ତ୍ର ହେଉ କିମ୍ବା ଘରର ସାଜସଜ୍ଜା ପ୍ରାୟ ସମସ୍ତେ ନିଜ ଘରେ ଲଫିଙ୍ଗ ବୁଧା ରଖି ଥିବାର ଆମେ ଦେଖିବାକୁ ପାଇଥାଉ । ଫେଙ୍ଗଶୁଇ ବାସ୍ତୁ ଶାସ୍ତ୍ରରେ ଘରେ ଏପରି ଅନେକ ଗୁଡ଼ିଏ ଜିନିଷ ଆମେମାନେ ରଖିଥାଉ ଯାହାଦ୍ଵାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ।
ବାସ୍ତୁ ଶାସ୍ତ୍ର ବିତ ଙ୍କ ଅନୁସାରେ ଠିକ୍ ସ୍ଥାନରେ ଠିକ୍ ଜିନିଷ ରହିବା ଆବଶ୍ୟକ, ଯଦି ଠିକ୍ ସ୍ଥାନରେ ଏହିସବୁ ଜିନିଷ ରହି ନଥାଏ ତେବେ ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ଆମେ ସାଧାରଣ ଭାବରେ ଦେଖିବାକୁ ପାଇଥାଉ ଯେ ଘରର ଉନ୍ନତି ପାଇଁ ଅନେକ ବ୍ୟକ୍ତି ଲାଫିଂବୁଦ୍ଧl ଉପହାର ଭାବରେ ଦେଇ ଥାଆନ୍ତି । ସେହିଭଳି ଲାଫିଂବୁଦ୍ଧl କୁ ମଧ୍ୟ ଠିକ୍ ସ୍ଥାନରେ ନ ରଖିବା ତେବେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ ।
ଲାଫିଂବୁଦ୍ଧl ରଖିବା ପାଇଁ କିଛିଟା ନିୟମ –
୧) ଘରର ମୁଖ୍ୟ ଦ୍ଵାର ଆଗରେ ଏହାକୁ ପାଖାପାଖି ୩୦ ଇଞ୍ଚ୍ ଉପରେ ଲଗାଇବା ଆବଶ୍ୟକ । ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ।
୨) ବାସ୍ତୁ ବିତ ମାନଙ୍କ ମତରେ ଏହି ମୂର୍ତ୍ତି ଟି ମାତ୍ର ୮ଇଞ୍ଚ୍ ଚଉଡ଼ା ହୋଇଥିବା ଜରୁରୀ । ଏଥିରୁ ଅଧିକ ହେବା ଉଚିତ୍ ନୁହେଁ ।
୩) ମୁଖ୍ୟ ଦ୍ଵାରରେ ଥିବା ମୂର୍ତ୍ତି ଟି ମୁହଁ ମୁଖ୍ୟ ଦ୍ଵାର ଆଡ଼କୁ ରହିବା ଆବଶ୍ୟକ। ଯେପରିକି କବାଟ ଖୋଲିବା ମାତ୍ରକେ ଯେପରି ମୂର୍ତ୍ତି ଉପରେ ନଜର ପଡ଼ିବ ।
୪) ଲାଫିଂବୁଦ୍ଧl ର ମୂର୍ତ୍ତି ଟି କଦାପି ରୋଷେଇ ଘରେ, ବେଡ୍ ରୁମ୍ ରେ କିମ୍ବା ଡାଇନିଙ୍ଗ ରେ ରହିବା ଠିକ୍ ନୁହେଁ । ଏହାଦ୍ବାରା ନକାରାତ୍ମକ ଶକ୍ତି ଆସିଥାଏ ।
୫) କିଛି ଲୋକଙ୍କର ଭୁଲ୍ ଧାରଣା ରହିଛି ଲାଫିଂବୁଦ୍ଧl କୁ ପୂଜା କରାଯାଏ କିନ୍ତୁ ଏହା ଠିକ୍ ନୁହେଁ । ଏହାଦ୍ବାରା ଜୀବନ ରେ ବିପଦ ଆସିଥାଏ । ଏହି ମୂର୍ତ୍ତି ଟି ଉପରେ କଦାପି ଧୂଳି ପଡ଼ିବା ଠିକ୍ ନୁହେଁ। ସର୍ବଦା ଏହାକୁ ସଫା ରଖିବା ଉଚିତ୍ ।
Leave A Reply