ଆନନ୍ଦପୁର ସ-ବ୍ୟୁ ଘଷିପୁରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନେଇ ରାମଚନ୍ଦ୍ରପୁରର ଲକ୍ଷ୍ମୀ ନାରାୟଣପୁର ଉଚ୍ଚ ବିଦ୍ୟାଳୟରେ ଏକ ସଙ୍ଘ ଗଠନ ପାଇଁ ଏକ ପ୍ରସ୍ତୁତ ବୈଠକ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ଦେଇ କହିଥିଲେ ଯେ ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଅବସରପ୍ରାପ୍ତ ଶିକ୍ଷକଙ୍କ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ସମାଜ ଗଠନ ସହ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଅଗ୍ରଗତି ଏବଂ ସୁନ୍ଦର ଭବିଷ୍ୟତ ଗଢିତୋଳିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି।
ଏଥିପାଇଁ ଆଜିର ଯୁବପିଢିଙ୍କୁ ଉଚିତ ମାର୍ଗଦର୍ଶନ ଦେବାପାଇଁ ଅବସରପ୍ରାପ୍ତ ଶିକ୍ଷକମାନେ ଆଗେଇ ଆସି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ବିଧାୟକ ଶ୍ରୀ ପାତ୍ର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଆହ୍ବାନ ଜଣାଇଥିଲେ । ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ଦାମଦରସା ସଭାପତିତ୍ବ କରିଥିବାବେଳେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଶରତଚନ୍ଦ୍ର ରାଉତ,ସଭା ସଂଯୋଜନା କରିଥିଲେ। ସମ୍ମାନୀୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ପତି, ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ଚକ୍ର, ହରିପ୍ରସାଦ ମିଶ୍ର, ପ୍ରମୁଖ ବହୁ ଅବସରପ୍ରାପ୍ତ ଶିକ୍ଷକମାନେ ଯୋଗଦେଇଥିଲେ । ରାମଚନ୍ଦ୍ରପୁର ସରପଞ୍ଚ ତଥା ମୋପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ବେଲାକ୍ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ତ୍ତିକ ଶତପଥୀ ବେଦମନ୍ତ୍ର ପାଠ କରିଥିଲେ। ଉମାକାନ୍ତ ଜେନା ସ୍ବାଗତ ଭାଷଣ ଦେଇଥିଲେ। ଉକ୍ତ ବୈଠକରେ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।