ବାରିପଦା : ବିଶ୍ୱ ପ୍ରଣୀଚିକିତ୍ସା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା ବିଭାଗ ଆନୁକୂଲ୍ୟରେ ବୁଲା ପଶୁ / ପ୍ରାଣୀଙ୍କ ଚିକିସôା ପାଇଁ ମାଗଣା ଆମ୍ବୁଲାନ୍ସ ଏବଂ ସ୍ୱାସ୍ଥ୍ୟ ସେବା ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ବାରିପଦା ପୌରପରିଷଦ ଅଂଚଳରେ ପ୍ରଥମ କରି ଏହି ସେବାର ଶୁଭାରମ୍ଭ କରାଯାଇଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ରୁଦ୍ରନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରକାଶ ଚନ୍ଦ୍ର ବେହେରା ଓ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ହେମନ୍ତ କୁମାର ସିଂ ଓ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡାଃ ପ୍ରଭାକର ସାହୁ ଓ ପୌରପରିଷଦ ଚେୟାରମ୍ୟାନ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରାଣୀ ଆମ୍ବୁଲାନ୍ସ ମାଧ୍ୟମରେ ସକାଳ ୬ଘଟିକା ଠାରୁ ରାତ୍ରୀ ୧୦ଘଟିକା ପର୍ଯ୍ୟନ୍ତ ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ସଂଗ୍ରାମ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ୨ବର୍ଷ ଚୁକ୍ତିନାମାରେ ଏହାର ସେବା ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସେବା ଆରମ୍ଭ ହେବା ଫଳରେ ପୌରପରିଷଦ ଅଧିନରେ ବୁଲା ପଶୁଙ୍କୁ ନିରବଚ୍ଛିନ୍ନ ଚିକିତ୍ସା ସେବା ମିଳିପାରିବ । ଏହି ଆମ୍ବୁଲାନ୍ସ ରେ ଜଣେ ପ୍ରଣୀଚିକିତ୍ସକ, ଜଣେ ଏସିସ୍ଟାଣ୍ଟ, ଜଣେ ଆଟେଣ୍ଡାଟ୍ ସହ ଆବଶ୍ୟକୀୟ ଔଷଧ ପତ୍ର ମହଜୁଦ୍ ରହିବ । ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ୧୮୦୦-୩୪୫-୭୫୬୧ ବିଶିଷ୍ଟ ଏକ ନିଶୁଳ୍କ ଯୋଗାଯୋଗ ନମ୍ବର ଜାରୀ କରାଯିବା ସହ ୦୬୭୯୨-୨୭୫୭୧୨୨ ନମ୍ବର ବିଶିଷ୍ଟ ଏକ ଲ୍ୟାଣ୍ଡଲାଇନ୍ ଓ ୮୨୬୦୪୬୮୨୦୦/୮୦୯୩୮୮୪୬୬୦ ମୋବାଇଲ ନମ୍ବରରେ କଲ କରି ଏହି ଚିକିତ୍ସାସେବା ପାଇଁ ସୂଚନା ପ୍ରଦାନ କରିପାରିବେ । ବିଶେଷ କରି ରାସ୍ତାଘାଟରେ ଦୁର୍ଘଟଣାର ଶିକାର ହୋଇ ପଡିରହୁଥିବା ପଶୁମାନଙ୍କୁ ଏଣିକି ଏହି ସେବାର ଉପକାର ମିଳିପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ସ୍ୱେଚ୍ଛାସେବୀ ସଂସ୍ଥାର ସମ୍ପାଦକ ଭାନୁମିତ୍ର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ସ୍ୱେଚ୍ଛାସେବୀ ସଂସ୍ଥାର ସଭାପତି ସଂଯୁକ୍ତା ବସା ମଧ୍ୟ ଉପସ୍ଥିତ ଥିଲେ ।