Odisha news

ନାବାଳିକା ଅପହରଣ ମାମଲାରେ ଯୁବକଙ୍କୁ ୪ବର୍ଷ ଜେଲ

0

ବାରିପଦା  : ଏକ ଜନୈକା ନାବାଳିକା ଅପହରଣ କରି ଯୌନ ଉତ୍ପୀଡନ୍ ଓ ଧମକ ଦେବା ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ ଅଦାଲତର ବିଚାରପିତ ସୁମିତା ଜେନା ବିଚାର କରି ଅଭିଯୁକ୍ତ ରଣଜିତ୍ ନାଏକ(୨୭)ଙ୍କୁ ୪ବର୍ଷ ୨ମାସ ୧୫ଦିନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୧୮ ମସିହା ଫେବୃଆରୀ ୧୬ତାରିଖ ଦିନ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରଣଜିତ୍ ନାଏକ ଏକ ଜନୈକା ନାବାଳିକାଙ୍କୁ ଅଶ୍ଲୀଳ ମନ୍ତବ୍ୟ ଦେବା ସହ ନାବାଳିକାଙ୍କୁ ଅପହରଣ କରି ତାଙ୍କ ସହ ମୋବଇଲାରେ ଫୋଟ ଉତ୍ତୋଳନ କରି ଭାଇରାଲ୍ ମଧ୍ୟ କରିଥିଲେ । ଏହି ଫୋଟ ଦେଖି ନାବାଳିକାର ପିତା ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ବାଙ୍ଗିରିପୋଷି ଥାନାରେ ୨୦/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଣଜିତ୍ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ଏବଂ ଅଭିଯୁକ୍ତ ରଣଜିତ୍ ବିଚାରଧିନ କଏଦୀ ଭାବେ ଗତ ୨୦୧୮ ମସିହା ଫେବୃଆରୀ ୧୭ତାରିଖ ଠାରୁ ବାରିପଦା ସର୍କଲ ଜେଲରେ ରହୁଅଛି । ତେବେ ଶନିବାର ୯ଜଣ ସାକ୍ଷୀ ପ୍ରମାଣ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି ।

Leave A Reply