Odisha news

ଏହି ୫ଟି ଅଭ୍ୟାସ ଦ୍ୱାରା ଆପଣ ନିଜ କିଡ୍ନୀ କୁ ସୁରକ୍ଷିତ ରଖି ପାରିବେ, ଆସନ୍ତୁ ଜାଣିବା ଏହି ଅଭ୍ୟାସ ଗୁଡିକ କଣ

0

ଆମେ ଆମ ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ଏପରି କିଛିଟା ଭୁଲ କରିଦେଇ ଥାଉ, ଯାହାର ପ୍ରଭାବ ଆମର ଶରୀର ଉପରେ ପଡିଥାଏ l ଆମ ଶରୀରର ସମସ୍ତ ଅଙ୍ଗ ଖୁବ ମହତ୍ଵପୁର୍ଣ କିନ୍ତୁ ଏପରିକିଛି ଅଙ୍ଗ ରହିଥାଏ ଯାହା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ l ସେଥିରୁ ଗୋଟିଏ ହେଲା କିଡ୍ନୀ l ଆମର କିଛିଟା ଭୁଲ ଓ ଖରାପ ଅଭ୍ୟାସ ଦ୍ୱାରା କିଡ୍ନୀ ରେ ସମସ୍ୟା ଦେଖା ଦେଇଥାଏ l କିଡ୍ନୀ ଶରୀରର କିଛିଟା ଖରାପ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରିଥାଏ ଓ ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ l ତେଣୁ ଏହି କିଡ୍ନୀ କୁ କିପରି ଭାବରେ ଜୀବନସାରା ସୁରକ୍ଷିତ ରଖିବା ଆସନ୍ତୁ ଜାଣିବା l

* ଶାରୀରିକ ବ୍ୟାୟାମ ଆବଶ୍ୟକ :
ଶାରୀରିକ ଭାବରେ ସକ୍ରିୟ ରହିବା ଖୁବ ହିତକର, ବିଶେଷ ଭାବରେ ଯେଉଁ ସମୟରେ ଶରୀର ଅଧିକ ଅସୁସ୍ଥ ରହିଥାଏ l ଶାରୀରିକ ଭାବରେ ମଣିଷ ସକ୍ରିୟ ରହିବା ଦ୍ୱାରା କୌଣସି ରୋଗ ବୈରାଗ ମାଡି ବସିଥାଏ l ଅତି କମ୍ ରେ ଦିନକୁ ୩୦ ମିନିଟ ବ୍ୟାୟାମ କରିବା ଆବଶ୍ୟକ l ଯଦି ନିୟମିତ ଭାବରେ ଆପଣ ବ୍ୟାୟାମ କରିବେ ତେବେ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଆପଣଙ୍କ କିଡ୍ନୀ ସୁରକ୍ଷିତ ରହିବ l

* ପର୍ଯ୍ୟାପ୍ତ ମାତ୍ରା ରେ ପାଣି ପିଅନ୍ତୁ :
ଆମ ଶରୀରରେ ୨ଟି କିଡ୍ନୀ ରହିଥାଏ l ଯାହା ରକ୍ତରୁ ଅଶୁଦ୍ଧ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହି କାର୍ଯ୍ୟକୁ କରିବା ପାଇଁ ପାଣିର ବହୁ ଆବଶ୍ୟକତା ରହିଥାଏ l ପାଣି ଅଧିକ ପିଇବା ଦ୍ୱାରା ଶରୀରରୁ ଅଶୁଦ୍ଧ ବସ୍ତୁ ପରିସ୍ରା ମାଧ୍ୟମରେ ବାହାରି ଯାଇଥାଏ ଓ ଶରୀର ହାଇଡ୍ରେଟ ରହିଥାଏ l

* ପୌଷ୍ଟିକ ଆହାର ଜରୁରୀ :
କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ରହିଛି l ଯଦି ଖାଦ୍ୟରେ ଏହିସବୁ ଜିନିଷ ରହି ନଥାଏ ତେବେ କିଡ୍ନୀ ଉପରେ ପ୍ରଭାବ ପଡିଥାଏ l ମଧୁମେହ ଓ ଉଚ ରକ୍ତଚାପ ବ୍ୟକ୍ତିଙ୍କର କିଡ୍ନୀ ସମସ୍ୟା ଦେଖା ଯାଇଥାଏ l ତେଣୁ ନିଜ ଖାଦ୍ୟରେ ସବୁଜ ପନିପରିବା, ଫଳ, ଶସ୍ୟ ଜାତୀୟ ଜିନିଷ, ଦୁଗ୍ଧ, ଦହି, ଲୋ ଫ୍ୟାଟ ଫୁଡ, ଲୋ କାର୍ବସ୍ ଫୁଡ, ଲୋ କ୍ୟାଲୋରୀ ଯୁକ୍ତ ଖାଦ୍ୟ ସାମିଲ କରିବା ଆବଶ୍ୟକ l

* କିଛିଟା ଖାଦ୍ୟ ଠାରୁ ଦୁରେଇ ରହିବ ଉଚିତ :
କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ରାସ୍ତା କଡ଼ର ଜଙ୍କ ଫୁଡ ଠାରୁ ଦୁରେଇ ରହିବା ଉଚିତ l ଏହା ଛଡା ଛୋଲେ ପୁରି , ବାହାର ମସଲା ଯୁକ୍ତ ଖାଦ୍ୟ, ଧୁମ୍ରପାନ, ମଦ୍ୟପାନ ଇତ୍ୟାଦି କିଡ୍ନୀ ପାଇଁ କ୍ଷତି କାରକ l

* ନିଜର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ :
ଯେ କୌଣସି ଜିନିଷକୁ ସୁରକ୍ଷିତ ରଖିବା ପାଇଁ ଦେଖା ଚାହାଁ କରିବା ନିହାତି ଜରୁରୀ l ସେହିଭଳି ଶରୀରକୁ ସୁସ୍ଥ ରଖିବା ପାଇଁ ଡାକ୍ତରୀ ପରୀକ୍ଷା ନିହାତି ଆବଶ୍ୟକ l ରେଗୁଲାର ଚେକ ଅପ ଦ୍ୱାରା ନିଜ ଶରୀରର ସମସ୍ୟାକୁ ଜାଣି ଆପଣ ନିଜକୁ ନିରୋଗୀ ରଖି ପାରିବେ l

Leave A Reply