ଆଜି ଭାରତୀୟ ରାଜନୀତି ରେ ଜଣାଶୁଣା ନାମ ହେଉଛି ଏସ. ଜୟଶଙ୍କର , ଯାହାଙ୍କ ପୁରା ନାମ ହେଉଛି ଶୁଭ୍ରମଣ୍ୟମ ଜୟଶଙ୍କର l ଯିଏ କି ଆମେରିକା ଓ ଚୀନ ରେ ଭାରତୀୟ ରାଜଦୂତ ରହି ସାରିଛନ୍ତି l ଜୟଶଙ୍କର ତାମିଲ, ରୁଷି, ହିନ୍ଦୀ, ମନ୍ଦାରିନ, ଜାପାନୀ ଓ ହଙ୍ଗେରୀୟାନ ଭଳି ଅଧିକାଂଶ ଭାଷା ଜାଣିଛନ୍ତି l
ବାଲ୍ୟକାଳ ଓ ଶିକ୍ଷା –
ଶୁଭ୍ରମଣ୍ୟମ ଜୟଶଙ୍କର ଙ୍କ ଜନ୍ମ ଜାନୁଆରୀ ୯ ତାରିଖ, ୧୯୫୫ ରେ ନୂଆଦିଲ୍ଲୀ ରେ ହୋଇଥିଲା l ସେ ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ପିତାଙ୍କ ନାମ କେ.ଶୁଭ୍ରମଣ୍ୟମ , ସେ ଜଣେ ଭାରତୀୟ ରଣନୀତିର ବିସ୍ଲେସକ, ଜଣେ ପ୍ରସିଦ୍ଧ ପତ୍ରକାର ଓ ଜଣେ ସିଭିଲ ସେବକ ଥିଲେ l ଏସ. ଜୟଶଙ୍କର ଙ୍କ ମାତାଙ୍କ ନାଁ ଥିଲା ସୁଲୋଚନା ଜୟଶଙ୍କର l ତାଙ୍କ ଭାଇ ଙ୍କ ନାଁ ଅଟେ ସଞ୍ଜୟ ଶୁଭ୍ରମଣ୍ୟମ , ସେ ପେସାରେ ଜଣେ ଇତିହାସ କାର ଅଟନ୍ତି l
ଏସ. ଜୟଶଙ୍କର ଙ୍କ ପ୍ରାଥମିକ ଶିକ୍ଷା ଏୟାର ଫୋର୍ସ ସେଣ୍ଟ୍ରାଲ ସ୍କୁଲ, ନୂଆଦିଲ୍ଲୀ ରେ ଗ୍ରହଣ କରିଥିଲେ l ନିଜର ସ୍ନାତକ ସେଣ୍ଟ ଷ୍ଟିଫେନ କଲେଜ ନୂଆଦିଲ୍ଲୀ ରେ କରିଥିଲେ l ଏହାପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରେ ଇଣ୍ଟରନେଶନାଲ ରିଲେସନସିପ ରେ ଏମଫିଲ ଓ ପିଏଚଡି ହାସଲ କରିଥିଲେ l
ଏହାପରେ ୧୯୭୭ ରେ ଭାରତୀୟ ବିଦେଶ ସେବାରେ ସାମିଲ ହେଲେ l ସେ ପ୍ରଥମ ସଚିବ, ସଂଯୁକ୍ତ ଆୟୁକ୍ତ, ଉଚ୍ଚାୟୁକ୍ତ ଓ ରାଜଦୂତ ଭଳି ଅନେକ ପଦବୀ ରେ କାର୍ଯ୍ୟ କରିଛନ୍ତି l
ଏସ. ଜୟଶଙ୍କର ଙ୍କ ବିବାହ –
ସେ ଜାପାନ ରେ ରହୁଥିବା କ୍ୟୋକ ନାମକ ଝିଅକୁ ବିବାହ କରିଥିଲେ l ତାଙ୍କର ଗୋଟିଏ ଝିଅ ମେଘା ଜୟଶଙ୍କର ଓ ଦୁଇ ପୁଅ ଧୃବ ଜୟଶଙ୍କର ଓ ଅର୍ଜୁନ ଜୟଶଙ୍କର ଅଟନ୍ତି l
ଏସ. ଜୟଶଙ୍କର ଦ୍ୱାରା ଲେଖାଯାଇଥିବା ପୁସ୍ତକ –
ଦି ଇଣ୍ଡିଆନ ୱେ , ଏହା ଗୋଟିଏ ଏପରି ପୁସ୍ତକ ଯେଉଁଥିରେ ଭାରତ ଓ ଚୀନ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ କୁ ନେଇ ଲେଖାଯାଇ ଥିଲା l ଏହା ସହିତ ପାକିସ୍ତାନ କୁ ନେଇ ମଧ୍ୟ ଅନେକ ତଥ୍ୟ ଉଲେଖ କରିଥିଲେ l
– ଭାରତୀୟ IFS ସେବା ଓ ବିଦେଶ ମନ୍ତ୍ରଣାଳୟ ରେ ୧୯୭୭ ରେ ସାମିଲ ହୋଇଥିଲେ l
– ତାଙ୍କର ପ୍ରଥମ ଅଂତରାଷ୍ଟ୍ରୀୟ ପୋଷ୍ଟିଙ୍ଗ ରୁଷ ରେ ହୋଇଥିଲା l
– ୧୯୮୧ ରେ ଭାରତ ଫେରି ବିଦେଶ ମନ୍ତ୍ରଣାଳୟ ରେ ଆମେରିକା ଦାୟିତ୍ୱରେ ସଚିବ ଭାବରେ ଦାୟିତ୍ୱ ନେଇଥିଲେ l
– ୧୯୮୨ – ୧୯୮୪ ମଧ୍ୟରେ ସେହି ଦଳର ଦାୟିତ୍ୱ ନେଇଥିଲେ, ଯିଏକି ତାରାପୁର ପାୱାର ଷ୍ଟେସନ ରେ ଆମେରିକା ପରମାଣୁ ଇନ୍ଧନ ର ଅପୂର୍ତୀ ର ସମାଧାନ କରିଥିଲେ
– ୧୯୩୩ ରେ ବିଦେଶ ମନ୍ତ୍ରଣାଳୟ ର ଓ ଭାରତ ର ତତ୍କାଳୀନ ରାଷ୍ଟ୍ରପତି ସଙ୍କରଦୟାଲ ଶର୍ମା ଙ୍କ ପ୍ରେସ ସଚିବ ଓ ଭାଷଣ ଲେଖକ ଭାବରେ କାର୍ଯ୍ୟ କରିଥିଲେ l
– ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ଭାରତୀୟ ପରମାଣୁ କାର୍ଯ୍ୟକୁ ନେଇ କଥାବାର୍ତା କରିଥିଲେ l
– ୨୦୧୩ ରେ ମନମୋହନ ସିଂ ସରକାରଙ୍କ ବିଦେଶମନ୍ତ୍ରୀ ପଦବୀ ରେ ଆଲୋଚନା ଚାଲିଥିଲା , କିନ୍ତୁ ଅନ୍ତରୀଣ ଚାପ ଯୋଗୁଁ ତାଙ୍କୁ ନିଯୁକ୍ତି ଦିଆ ଯାଇ ନଥିଲା l
– ୨୯ ଜାନୁଆରୀ ୨୦୧୫ ରେ ନରେନ୍ଦ୍ରମୋଦି ସରକାର ଦ୍ୱାରା ବିଦେଶ ସଚିବ ଭାବରେ ନିଯୁକ୍ତି ଦିଆଯାଇଥିଲା l
– ୨୦୧୯ ରେ ନରେନ୍ଦ୍ର ମୋଦି ସରକାର ଦ୍ୱାରା ବିଦେଶମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ l
ପୁରସ୍କାର – ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ଭାରତ ସରକାରଙ୍କ ଦ୍ୱାରା ୨୦୧୯ ରେ ପଦ୍ମଶ୍ରୀ ରେ ସମ୍ମାନିତ କରାଯାଇ ଥିଲା l
