Odisha news

ଚନ୍ଦ୍ରଭାଗାରେ ମରିପଡିଲେ ଲକ୍ଷାଧିକ ସଂଖ୍ୟା ର “ବ୍ଲୁ ବଟମ” ବିରଳ ଜେଲିଫିସ : ବିଗୁଡୁଛି ପରିବେଶ ସନ୍ତୁଳନ, ଚିନ୍ତାରେ ପରିବେଶବିତ।

0
କୋଣାର୍କ:- ୨୭/୪ ଓଡ଼ିଶାରେ  ସାମୁଦ୍ରିକ  ପରିବେଶ ଉପରେ ଏବେ  ଖୁବ ଖରାପ ପ୍ରଭାବ ପଡୁଥିବା  କୁ ନେଇ  ପରିବର୍ତିତ ପରିବେଶ ରେ ଏବେ ଅନେକ ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ ମୁର୍ତ୍ୟୁ ଦେଖିବାକୁ ମିଳୁଛି। ମାତ୍ର ବୁଧବାର ପୂର୍ବାହ୍ଣ ରେ ଚନ୍ଦ୍ରଭଗା ମୁଖ୍ୟବଜାର ସମୁଖ ଠାରୁ  ଇକୋ ରିଟ୍ରିଟ ନିକଟ ବେଳାଭୂମି ରେ , ସମୁଦ୍ର ଗର୍ଭରେ ଥିବା ବିରଳ “ବ୍ଲୁ ବଟମ”  ଜେଲିଫିସ ହଜାର ହଜାର ସଂଖ୍ୟା ରେ ମରି ପଡିଥିବା ଦେଖିବାକୁ ମିଳିଥିଲା।  ବିରଳ ସାମୁଦ୍ରିକଜୀବ ଜନ୍ତୁ ଙ୍କ ବଂଶ ବୃଦ୍ଧି ଓ ଏହାର ସୁରକ୍ଷା କୁ ନେଇ କୋଟି କୋଟି ଟଙ୍କା ଖାଲି କାଗଜ କଲମରେ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ କରୁଥିଲା ବେଳେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ଏହି ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ କ୍ଷେତ୍ର ରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି   ।
ପର୍ଯ୍ୟଟକ ଙ୍କ ମାନବୀୟ କାର୍ଯ୍ୟ  ତଥା ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଚିତ୍ତ ବିନୋଦନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଉଚ ଶକ୍ତିସମ୍ପର୍ଣ୍ଣ ଇଞ୍ଜିନି ବୋଟ ଓ  ଶହଶହ ସଂଖ୍ୟା ରେ ମାଛ ମାରିବା ପାଇଁ ବ୍ୟବହାର ହେଉଥିବା ଉଚଶକ୍ତି ସମ୍ପର୍ଣ୍ଣ ଇଂଜିନି ବୋଟ ଗୁଡିକ ପାଇଁ ଓ ବିଶେଷଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାମୁଦ୍ରିକ ପରିସଂସ୍ଥା ଉପରେ ପଡି ସାମୁଦ୍ରିକ ପରିସଂସ୍ଥା ତାପମାତ୍ରା କାଳକ୍ରମେ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ  ପ୍ରତିବର୍ଷ ଗ୍ରୀଷ୍ମ ସମୟରେ  ଏହି ଗ୍ରୀଷ୍ମ ପ୍ରଭାହ ରେ ହଜାର ହଜାର ସଂଖ୍ୟକ “ବ୍ଲୁ ବଟନ” ଜେଲିଫିସ  ଓଡିଶା ଉପକୂଳରେ ମରୁଥିବା ଦେଖାଯାଉଛି। ସୁୁଚନା ମୁତାବକ ଅଲିଭରିଡିଲେ ଓ ତିମି ଭଳି ଜଳ ଜୀବଙ୍କ ଏହା ମୁଖ୍ୟ ଆହାର ହୋଇଥାଏ ଏହି ଜେଲିଫିସ I ଅଲିଭରିଡ଼ଲେ ସଂଖ୍ୟା କମିଲେ ତଥା ସମୁଦ୍ରରେ ଖାଦ୍ୟ ଶୃଙ୍ଖଳ ବିଗିଡ଼ିଲେ ଏମାନେ ଲହଡ଼ିରେ ଭାସି ଆସିଥାନ୍ତି I ବ୍ଲୁ ବଟନ ଜେଲି ଫିସ ଗୁଡିକ ମଣିଷ ଙ୍କ ସଂସ୍ପର୍ଶରେ ଆସିଲେ ଚର୍ମ ରୋଗସଂକ୍ରମଣ କରିଥାନ୍ତି I
ଅନେକ ମାନବକୃତ  କାରଣ ପାଇଁ ଏହି  ବିରଳ “ବ୍ଲୁବଟମ” ଜେଲିଫିସ ମୃତ୍ୟ ବରଣ କରୁଥିବା ଅଭିଯୋଗ କରିଛନ୍ତି ଅସ୍ତରଙ୍ଗ ଅଂଚଳର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜାତିସଂଘ  ପୁରସ୍କାର ପ୍ରାପ୍ତ ବରିଷ୍ଠ ପରିବେଶ କର୍ମୀ ସୌମ୍ୟରଂଜନ ବିଶ୍ୱାଳ ଓ  ପୁରୀ ର ଯୁବ ପରିବେଶବିତି ସରୋଜ କୁମାର ଜେନା ।  ପୂର୍ବରୁ ଅନେକ ଥର ଏଭଳି ଅଘଟଣ ଘଟିଥିଲା ବେଳେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ହୋଇଥିଲା ବେଳେ ଏବେ ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି।ଲକ୍ଷାଧିକ ସଂଖ୍ୟା ରେ ସାମୁଦ୍ରିକ ଜେଲିଫିସ ଙ୍କ ଚନ୍ଦ୍ରଭଗା ସମୁଦ୍ରକୂଳରେ ମରିପଡିବାକୁ ନେଇ ଏବେପରିବେଶବିତ ମାନେ ଗଭୀର ଚିନ୍ତା ପ୍ରକଟ କରିଥିବା ବେଳେ ସରକାର ଏହା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
Leave A Reply