ରଘୁନାଥପୁର : ଅଘୋଷିତ ବିଦୂତକାଟ ଓ ସାଧାରଣ ଉପଭୋକ୍ତାଙ୍କୁ ଶୋଷଣ ପ୍ରତିବାଦରେ ବୁଧବାର ରଘୁନାଥପୁର ମଣ୍ଡଳ ବିଦୂତ ଉପଭୋକ୍ତା ସଙ୍ଘ ପକ୍ଷରୁ ଟାଟାପାୱାର ଅଫିସ ଘେରାଉ କରାଯାଇଛି।ସଙ୍ଘର ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଦୂତ ଉପଭୋକ୍ତାମାନେ ବିଦୂତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଟାଟାପାୱାର କମ୍ପାନୀ ନିଜର ବ୍ୟବସାୟିକ ମୁନାଫାକୁ ଗୁରୁତ୍ୱ ଦେଉଥିବାବେଳେ ମନଇଚ୍ଛା ଅଘୋଷତ ବିଦୂତକାଟ କରି ପରୋକ୍ଷରେ ବିଦୂତ ଉପଭୋକ୍ତାଙ୍କୁ ଶୋଷଣ କରି ଚାଲିଥିବା ସମ୍ପର୍କରେ ଅଭିଯୋଗ ଉଠିଥିଲା।ଓଡିଶା ଏକ ବଳକା ବିଦୂତ ରାଜ୍ୟ ଭାବେ ପରିଗଣିତ।।ଅସହ୍ୟ ଗ୍ରୀଷ୍ମ ଯୋଗୁଁ ଜନଜୀବନ ଆଉଟପାଉଟ ହେଉଥିବାବେଳେ କମ୍ପାନୀ ଚତୁରତାର ସହ ବିନା ସୂଚନାରେ ଲାଇନ କାଟି ଦେଉଛି।ଫଳରେ ଜନତା ଖରା ତାତିରେ କଲବଲ ହେଉଛନ୍ତି।ସେହିପରି କମ୍ପାନୀ ବସାଇଥବା ନୂଆ ମିଟରରେ ଅଧିକ ବିଦୂତ ବିଲ ଆସୁଥିବାବେଳେ ସେଥିପ୍ରତି ଧ୍ୟାନ ଦିଆଯାଉନି।ଏହାଛଡା କମ୍ପାନୀ ବସାଇଥବା ମିଟର କିସ୍ତି ପରିଶୋଧ ହେଲାପରେବି କ୍ରମାଗତ ଆଦାୟ କରାଯାଉଥିବା ସମ୍ପର୍କରେ ବକ୍ତମାନେ ପ୍ରକାସ କରିଥିଲେ।ଏଥିରେ ସୁଧାର ନଆଣିଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ପ୍ରତବାଦ ସଭାରେ ସୁଚେଇ ଦିଆଯାଇଥିଲା।ଏସଡିଓ ବିଶ୍ବରଞ୍ଜନ ଦେହୁରୀ ପ୍ରତିବାଦ ସ୍ଥଳରେ ପହଞ୍ଚି ଦାବିପତ୍ର ନେବା ସହ, ଏଥିପ୍ରତି ଧ୍ୟାନ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ ହଟିଥିଲା।ଏଥିରେ ସଂଘର କର୍ମକର୍ତା ଇଂ ବାବାଜୀ ଚରଣ ଜେନା, ବିନୋଦବିହାରି ମହାନ୍ତି, ଅଭୟ ସାମନ୍ତରାୟ, ଦିଲୀପ ରଥ,ସମିତିସଭ୍ୟ ବିଚିତ୍ରାନନ୍ଦ ସ୍ୱାଇଁ,ଶଶୀଭୂଷଣ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।