ବୈଶିଙ୍ଗା : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧିନ ପାଟଳିପୁରା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସି.ଏ.ସି ବା ଜନ ସେବା କେନ୍ଦ୍ର ର ମୁଖ୍ୟ ତପନ କୁମାର ପତିଙ୍କ ଆବାହକତ୍ୱରେ, କେନ୍ଦ୍ର ସରକାରଙ୍କ କୃଷି ବିଭାଗର ପ୍ରକଳ୍ପ “କିଶାନ ଭାଗିଦାରୀ, ପ୍ରାଥମିକତା ହମାରୀ’ ଓ “ପ୍ରଧାନମନ୍ତ୍ରୀ ଫସଲ ବୀମା ପାଠଶାଳା” ଇ-କେୱାଇସି କରିବା ଇତ୍ୟାଦି କାର୍ଯ୍ୟକ୍ରମ ସ୍ଥାନୀୟ କୃଷକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମମତା ନାଏକ, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ପରିଡା,ଗ୍ରାମ୍ୟ କୃଷି କର୍ମୀ ଦେବାଶିଷ ନାୟକ, ପବିତ୍ର ବେହେରା,ଏଚ୍ଡିଏଫସି ବୀମା କମ୍ପାନୀର ବେତନଟୀ ବ୍ଲକ ସଂଯୋଜକ ହୀତେଶ କୁମାର ସାହୁ, ନାଏବ ସରପଞ୍ଚ ଅଶୋକ କୁମାର ନାୟକ ପ୍ରମୁଖ ଯୋଗ ଦେଇ କାଯ୍ୟକ୍ରମର ମହତ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ।ଚାଷୀ ମାନେ କିଭଳି ଭାବରେ ଠିକ ସମୟରେ ଚାଷ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ଓ ଚାଷ ନଷ୍ଟ ହେଲେ ତଦନ୍ତ ଅନୁସାରେ ସଠିକ ବୀମା ରାଶି ପାଇପାରିବେ ସେ ବାବଦରେ ବୀମା କମ୍ପାନୀ ଗୁରୁତ୍ୱ ଦେବେ ବୋଲି ଆଲୋଚନା ହୋଇଥିଲା।ଏଥିରେ ପାଟଳୀପୁରା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ନେତା ବାପି ବାବୁଙ୍କ ସମେତ ସମସ୍ତ ୱାର୍ଡ ସଦସ୍ୟ, ପଞ୍ଚାୟତରେ ଥିବା କୃଷକ ସାଥି ମୂଖ୍ୟତଃ ସହଯୋଗ କରିଥିଲେ।