Odisha news

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ : ୩ଙ୍କୁ ଆଜୀବନ, ୨ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

0

ରାୟଗଡ଼ା : ରାୟଗଡା ଜିଲ୍ଲା ଓ ଦୌରାଜଜ ଗୁଣିଆ ସନ୍ଦେହରେ ଆଜି ୫ ଜଣଙ୍କୁ ଦଣ୍ଡବିଧାନ ଶୁଣାଇଛନ୍ତି | ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ 3 ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି | ଆଜୀବନ କାରାଦଣ୍ଡାଦେଶ ପାଇଥିବା ୩ ଅଭିଯୁକ୍ତ ହେଲେ ପୁନାଲୁ ସିରିକା, ବିନୋଦ ମାଣ୍ଡାଙ୍ଗି ଏବଂ ମରିସି ଜିଲାକାରା ଏବଂ ୩ ବର୍ଷ କାରାଦଣ୍ଡାଦେଶ ପାଇଥିବା ୨ ଜଣ ହେଲେ ରାମ କଣ୍ଡାଗରି ଓ ରମେଶ ତାଡ଼ିଙ୍ଗି । ସୂଚନ ଅନୁଯାୟୀ, ଶେଷଖାଲ ଥାନା ଅନ୍ତର୍ଗତ ଅର୍ପଣା ଗ୍ରାମର ରନ୍ ଜିଲାକାରାଙ୍କୁ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଗୁଣିଆ ସନ୍ଦେହରେ ନିର୍ମମ ହତ୍ୟା କରାଯାଇଥିଲା । ରନ୍ ଗାଁରେ ଲୋକଙ୍କୁ ଗୁଣି କରୁଥିବା ଅଭିଯୋଗ କରି ପୁନାଲୁ, ବିନୋଦ ଓ ମରିସି କାଠ ଫାଳିଆରେ ମାରି ହତ୍ୟା କରିଥିଲେ । ହତ୍ୟା ପରେ ସାକ୍ଷ୍ୟ ଓ ପ୍ରମାଣ ନଷ୍ଟ କରିବାରେ ରମେଶ ଓ ରାମ ତାଙ୍କୁ ସହଯୋଗ କରିଥିଲେ । ଏହି ଘଟଣାରେ ଶେଷଖାଲ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ଶେଷଖାଲ ଥାନାର କେଶ ନମ୍ବର ୨ ରେ ଜାନୁୟାରୀ ୧୧ ତାରିଖରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାରେ ୨୧ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଓ ଦୌରାଜଜ ବିକ୍ରମ କେଶରୀ ପଟ୍ଟନାୟକ ଏହି ରାୟ ଶୁଣାଇଛନ୍ତି । ସରକାରୀ ଓକିଲ ଭାବେ ଅଜିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

Leave A Reply