Odisha news

ଅପପ୍ରଚାର ଦ୍ୱାରା ବ୍ୟାପୁଥିବା ବିଶୃଙ୍ଖଳାକୁ ପାକିସ୍ତାନର ୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ଭାରତ ପକ୍ଷରୁ ଲାଗିଲା ପ୍ରତିବନ୍ଧକ

0
ନୂଆଦିଲ୍ଲୀ : ଦେଶରେ ବିଶୃଙ୍ଖଳା ଉପୁଜୁଥିବା କାରଣରୁ ପାକିସ୍ତାନ ର ୬ ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ଭାରତର ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ କରାଯାଇଛି l ଏହା ସହିତ ଭାରତରେ ଚାଲୁଥିବା ଅନ୍ୟ ଏପରି ୧୦ଟି ଚ୍ୟାନେଲ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି l ଏହି ଚ୍ୟାନେଲ ଗୁଡିକର ପ୍ରାୟ ୬୮ କୋଟି ଭିୟୁର ଥିଲେ l ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଚ୍ୟାନେଲ ଗୁଡିକ ସୋସିଆଲ ମିଡିଆରେ ମିଥ୍ୟା ଅପପ୍ରଚାର କରୁଛନ୍ତି l ଏହା ଛାଡ ଦେଶର ଅନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏହି ଚ୍ୟାନେଲ ଗୁଡିକୁ ପ୍ରତିବନ୍ଧକ ଲଗାଇବା ଜରୁରୀ ଥିଲା l ଭାରତର ବୈଦେଶିକ ମାମଲା, ସାମ୍ପ୍ରଦାୟିକ ସଦ୍ଭାବନା ଓ ସାମାଜିକ ବ୍ୟବସ୍ଥା କୁ ନେଇ ମଧ୍ୟ ଭୁଲ ଟିପ୍ପଣୀ ଦିଆ ଯାଉଥିଲା l
ମନ୍ତ୍ରଣାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କେହି ଆଇଟି ରୁଲସ ୨୦୨୧ ଅନୁସାରେ କେନ୍ଦ୍ର ସରକାରଙ୍କୁ ନିଜର ପ୍ରସାରଣ ବିଷୟରେ ତଥ୍ୟ ପ୍ରଦାନ କରି ନଥିଲେ l ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଭାରତର କିଛିଟା ଚ୍ୟାନେଲ ପକ୍ଷରୁ ମଧ୍ୟ ଆତଙ୍କବାଦୀ କହି ସମ୍ବୋଧିତ କରା ଯାଉଥିଲା l ଏହାଦ୍ୱାରା ଅଲଗା ଅଲଗା ସମୁଦାୟଙ୍କ ମଧ୍ୟରେ ଘୃଣା ଭାବନା ଜାଗ୍ରତ କରୁଥିଲା l ଏହାଦ୍ୱାରା ଆଇନ ବ୍ୟବସ୍ଥା ଉପରେ ମଧ୍ୟ ବିପଦ ରହିଥିବା ବେଳେ ବିଗିଡି ବାର ମଧ୍ୟ ସମ୍ଭାବନା ରହିଥିଲା l ଏହିସବୁ କଥାକୁ ଧ୍ୟାନ ରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
Leave A Reply