ସାକ୍ଷୀଗୋପାଳ : ସ୍ଥାନୀୟ ପଞ୍ଚସଖା ସ୍ମୃତି ଭବନରେ ଆଜି ବକୁଳବନ ମହୋତ୍ସବ ପାଳିତ ହୋଇଯାଇଛି। ଶିକ୍ଷା, ସାହିତ୍ୟ, ସଂସ୍କୃତି, ସେବାର ମାଟି ଅଜିତ ଐତିହ୍ୟ ବଉଳ, ଛୁରିଅନା ବୃକ୍ଷରାଜିରେ ସୁଶୋଭିତ ବକୁଳବନ ର ଉଜୁଡା ସ୍ମୃତି ଫେରାଇ ଆଣିବା ନିମନ୍ତେ ଉଦ୍ୟମ ଲୋଡା ବୋଲି ମହୋତ୍ସବରେ ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୁର୍ବତନ ସାସଂଦ କବି ଡଃ ପ୍ରସନ୍ନ ପାଟସାଣୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ସ୍ବରୁପ ସତ୍ୟଵାଦୀ ପକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ଆରମ୍ଭ କରିଛନ୍ତି ଵୋଲି କହିଥିଲେ। କାଳଜୟୀ ଓଡିଆ ସାହିତ୍ୟ, ଷିକ୍ଷା, ସଂସ୍କାର କ୍ଷେତ୍ରରେ ସତ୍ୟଵାଦୀ ର ପୁଣ୍ୟାତ୍ମା ମାନଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ମୁଖ୍ୟବକ୍ତା ଅଧ୍ୟାପିକା ଡଃ ପ୍ରତିଭା ମହାରଥି ଆଲୋଚନା କରିଥିଲେ। ଅବସର ପ୍ରାପ୍ତ ପ୍ରଧ୍ୟାପକ ଡଃ ଶରତ ଚନ୍ଦ୍ର ରଥ ମହୋତ୍ସବ ରେ ସଭାପତିତ୍ବ କରି ବକୁଳବନ ର ପୁର୍ବ ଐତିହ୍ୟ ଫେରାଇ ଆଣିବା କୁ ଆହ୍ବାନ ଦେଈଥିଲେ। ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ସୁଦର୍ଶନ ଵେହେରା, ଆଡଭୋକେଟ ରାମଶଙ୍କଳ ନନ୍ଦ, ଅନୁଷ୍ଠାନର ପ୍ରତିଷ୍ଠାତା କବି ଶଚ୍ଚିକାନ୍ତ ବିଶ୍ବାଳ, ଉପସଭାପତି, ରଵିନ୍ଦ୍ରନାଥ ଷଡଙ୍ଗୀ ଓ ଛାତ୍ରୀ ସୁଶ୍ରୀ ସ୍ନେହା ଉଦବୋଧନ ଦେଇଥିଲେ। ସମ୍ପାଦକ ଯଯାତି କେଶରୀ ରାୟ ବିବରଣୀ ପାଠ କରିଥିଲେ। ଏହି ଅଵସରରେ ଅନୁଷ୍ଠାନ ର ମୁଖପତ୍ର ବକୁଳବନ ର ବାର୍ତ୍ତା ଓ ସୁଜାତା ଦେବୀଙ୍କ କବିତା ପୁସ୍ତକ ପ୍ରୀତି ଚାରିପାଦ ଅତିଥି ଊନ୍ମୋଚନ କରିବା ସହ ପ୍ରତିଭା ମାନଙ୍କୁ ସମ୍ଵର୍ଦ୍ଧିତ କରିଥିଲେ। ଲକ୍ଷ୍ମୀ ପ୍ରସାଦ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l