Odisha news

ସାବଧାନ ! ବାରମ୍ବାର ଏହିସବୁ ଖାଦ୍ୟକୁ ଗରମ କରିବା ଦ୍ୱାରା ହୋଇ ଯାଇଥାଏ ବିଷାକ୍ତ

0
ଆମେ ସାଧାରଣତଃ ସ୍ବାଦକୁ ଆଖି ଆଗରେ ରଖି ଖାଦ୍ୟକୁ ଗରମ କରି ଖାଇଥାଉ l କାହିଁକି ନା ପ୍ରାୟ ସମସ୍ତେ ଗରମ ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି l ଆମେ ସ୍ୱାଦ ପାଇବା କୁ ବାରମ୍ବାର ଖାଦ୍ୟକୁ ଗରମ କରି ଖାଇଥାଉ l କିନ୍ତୁ ଗବେଷକ ମାନଙ୍କ ମତରେ ବାରମ୍ବାର ଖାଦ୍ୟକୁ ଗରମ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ l ଏଠାରେ ଏପରି କିଛି ଖାଦ୍ୟ ବିଷୟରେ କୁହାଯାଇଛି ଯାହା କୁ ବାରମ୍ବାର ଗରମ କରିବା ଠିକ ନୁହେଁ l

– ପାଳଙ୍ଗ :
ପାଳଙ୍ଗ କୁ ବାରମ୍ବାର ଗରମ କରିବା ଉଚିତ ନୁହେଁ l କାରଣ ଏଥିରେ ନାଇଟ୍ରେଟ ମାତ୍ରା ଅଧିକ ରହିଥିବା କାରଣରୁ ବାରମ୍ବାର ଗରମ କରିବା ଦ୍ୱାରା ଭୟଙ୍କର ଭାବରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ l

– ଅଣ୍ଡା :
ଅଣ୍ଡାକୁ ବାରମ୍ବାର ଗରମ କରିବା କିମ୍ବା ସିଝାଇବା ଉଚିତ ନୁହେଁ l ଗବେଷକଙ୍କ ମତରେ ଏଥିରେ ଥିବା କ୍ୟାଲସିୟମ ନଷ୍ଟ ହୋଇ ଯାଇଥାଏ ଓ ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l

– ବିଟ ରୁଟ :
ବିଟ ରୁଟ ରେ ନାଇଟ୍ରେଟ ଅଧିକ ରହିଥାଏ , ତେଣୁ ଏହାକୁ ବାରମ୍ବାର ଗରମ କରିବା ଦ୍ୱାରା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l

– ଚିକେନ :
ଚିକେନ ରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ l ବାରମ୍ବାର ଗରମ କରିବା ଦ୍ୱାରା ଏହା ଟକ୍ସିକ ହୋଇ ଯାଇଥାଏ l

– ଛତୁ :
ଛତୁରେ ଅଧିକ ପ୍ରୋଟିନ ରହିଥାଏ, ତେଣୁ ଏହାକୁ ଦୀର୍ଘ ସମୟ ଧରି ଫ୍ରିଜ ରେ ରଖିବା ମଧ୍ୟ ଠିକ ନୁହେଁ l ତା ସହିତ ଏହାକୁ ବାରମ୍ବାର ଗରମ କରି ଖାଇବା ମଧ୍ୟ ଉଚିତ ନୁହେଁ l

– ଆଳୁ :
ଅଧିକାଂଶ ସମୟରେ ଆମେ ଆଳୁକୁ ସିଝାଇ ରଖି ଦେଇଥାଉ l ପରେ ଏହାକୁ ଆମେ ଗରମ କରି ଖାଇଥାଉ କିମ୍ବା ତରକାରୀ ପ୍ରସ୍ତୁତ କରି ଖାଇଥାଉ l କିନ୍ତୁ ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l

Leave A Reply