Odisha news

ବଣ୍ଡା ପିପିଲି ଅଙ୍ଗନବାଡ଼ି କାନ୍ଥରେ ଲାଗିଛି ନକ୍ସଲ ପୋଷ୍ଟର

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  କୋଟଗଡ଼ ଥାନା ବଣ୍ଡାପିପିଲି ଅଙ୍ଗନବାଡ଼ି କାନ୍ଥରେ ନକ୍ସଲଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ସେଥିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପୁଲିସ ଇନ୍‌ଫର୍ମର ଭାବେ କାମ କରୁଥିବା ଲେଖାଯାଇଛି। ଏଥିସହ ଜଣେ ଠିକାଦାର ଓ ଜଣେ ଶିକ୍ଷକ ସଙ୍ଗଠନ ସମ୍ପର୍କରେ ପୁଲିସକୁ ଖବର ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି l ସେମାନେ ପୁଲିସ ଇନ୍‌ଫର୍ମର କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଏହି ପୋଷ୍ଟର ତଳେ ସିସିଆଇ ମାଓବାଦୀ ବାଗୁନା ଡିଭିଜନାଲ୍ କମିଟି ବୋଲି ଲେଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ରେ ଭୟର ବାତାବରଣ ଖେଳିଯାଇଛି।

Ad2
Leave A Reply