Odisha news

ଗ୍ରୀଷ୍ମ ଋତୁରେ କୋଲ୍ଡ ଡ୍ରିଂକ୍ସ ସେବନ ଶରୀର ପାଇଁ ଆଣିପାରେ ଏହିସବୁ ସମସ୍ୟା, ହୋଇ ଯାଆନ୍ତୁ ସାବଧାନ

0

ବର୍ତମାନ ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲିଛି, ଯାହା ସମସ୍ତଙ୍କ ପାଇଁ ବିପଦ ପୁର୍ଣ ହୋଇପାରେ l ତେଣୁ ଆମେ ଗ୍ରୀଷ୍ମ ପ୍ରକୋପ ରୁ ନିଜକୁ ରକ୍ଷା କରିବା ପାଇଁ କିଛିନା କିଛି ଥଣ୍ଡା ଜିନିଷ ସେବନ କରିଥାଉ l ତେଣୁ କୋଲ୍ଡ ଡ୍ରିଂକ୍ସ ର ଚାହିଦା ଖୁବ ଅଧିକ ବଢି ଯାଇଥାଏ l ଏହା ମନକୁ ଶୀତଳ କରିଥାଏ l ଏପରି ସ୍ଥିତିରେ  କୋଲ୍ଡ ଡ୍ରିଂକ୍ସ ଆମେ ଦିନରେ ଅନେକ ଥର ସେବନ କରିଦେଇ ଥାଉ l ଏପରିକି ଘରକୁ ଯଦି କେହି ଅତିଥି ଆସି ଥାଆନ୍ତି ତାଙ୍କୁ ମଧ୍ୟ ଆମେ  କୋଲ୍ଡ ଡ୍ରିଂକ୍ସ ପିଇବାକୁ ଦେଇଥାଉ l ଛୋଟ ପିଲାଙ୍କ ଠାରୁ ନେଇ ବଡ ମଣିଷଙ୍କର ସମସ୍ତଙ୍କର ପ୍ରିୟ ଅଟେ  କୋଲ୍ଡ ଡ୍ରିଂକ୍ସ l

କିନ୍ତୁ ଏହା ସ୍ଵାସ୍ଥ୍ୟପାଇଁ ଆଦୌ ଠିକ ନୁହେଁ l  କୋଲ୍ଡ ଡ୍ରିଂକ୍ସ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ l ତେଣୁ ଆସନ୍ତୁ ଆଜି ଜାଣିବା  କୋଲ୍ଡ ଡ୍ରିଂକ୍ସ ସେବନ ଆମ ଶରୀର ଉପରେ କି ପ୍ରଭାବ ପକାଇ ଥାଏ :-

* ଓଜନ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ –
ଯଦି ଆପଣ ନିୟମିତ ଭାବରେ  କୋଲ୍ଡ ଡ୍ରିଂକ୍ସ ଅଧିକ ସେବନ କରୁଛନ୍ତି ଏହା ଆପଣଙ୍କ ଓଜନ ବୃଦ୍ଧିର କାରଣ ହୋଇପାରେ l କାରଣ ଏଥିରେ ସୁଗାର ଅଧିକ ପରିମାଣ ରେ ରହିଥାଏ l

* ଫ୍ୟାଟି ଲିଭର ସମସ୍ୟା –
କୋଲ୍ଡ ଡ୍ରିଂକ୍ସ ସେବନ ଦ୍ୱାରା ଫ୍ୟାଟି ଲିଭର ସମସ୍ୟା ମଧ୍ୟ ଦେଖା ଯାଇପାରେ l  କୋଲ୍ଡ ଡ୍ରିଂକ୍ସ ରେ ୨ ପ୍ରକାରର ସୁଗାର ମିଳିଥାଏ l ଗ୍ଲୁକୋଜ ଓ ଫୁର୍କଟୋଜ, ଗୁଲକୋଜ ଶରୀରରେ ତୁରନ୍ତ ଅବଜରବ ହୋଇ ମେଟାବୋଲାଇଜ ହୋଇଥାଏ l ଅନ୍ୟ ପକ୍ଷରେ ଫୁର୍କଟୋଜ କେବଳ ଲିଭର ରେ ଜମା ହୋଇଥାଏ ଓ ଲିଭର ଉପରେ ପ୍ରଭାବ ପକାଇ ଥାଏ ଓ ଲିଭର ସମସ୍ୟା ଆରମ୍ଭ ହୋଇଥାଏ l

* ମଧୁମେହ ସମସ୍ୟା –
କୋଲ୍ଡ ଡ୍ରିଂକ୍ସ ରେ ସୁଗାର ମାତ୍ରା ଅଧିକ ରହିଥିବା କାରଣରୁ ମଧୁମେହ ସମସ୍ୟା ଦେଖା ଦେଇଥାଏ l  କୋଲ୍ଡ ଡ୍ରିଂକ୍ସ ରେ ଥିବା ଶର୍କରା ତୁରନ୍ତ ସ୍ପାଇକ କରି ଯାଇଥାଏ ଯେଉଁ କାରଣରୁ ରକ୍ତରେ ଖୁବ ଶୀଘ୍ର ଇନ୍ସୁଲୀନ ତିଆରି ହୋଇଥାଏ l

* ଦାନ୍ତ ନଷ୍ଟ ହୋଇଥାଏ –
ଯଦି ଆପଣ  କୋଲ୍ଡ ଡ୍ରିଂକ୍ସ ସେବନ ଅଧିକ କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଦାନ୍ତ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି l  କୋଲ୍ଡ ଡ୍ରିଂକ୍ସ ରେ ଫସଫୋରିକ ଏସିଡ ରହିଥାଏ ଯାହା ଦାନ୍ତ କୁ ଦୁର୍ବଳ କରି ଦେଇଥାଏ l

Leave A Reply